ଓଡିଶା

odisha

ETV Bharat / international

ବିପଦଜନକ ତାଲିବାନଙ୍କୁ ମୁକ୍ତ କରିବନି ଆଫଗାନିସ୍ତାନ - ବିପଦଜନକ ତାଲିବାନ

ତାଲିବାନ ପକ୍ଷରୁ ଦିଆଯାଇଥିବା ତାଲିକାରେ 600 ଜଣଙ୍କୁ ଆଫଗାନ ସରକାର ରିଲିଜ କରିବେନି । ଏମାନଙ୍କ ନାମରେ ଗୁରୁତର ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ବିପଦଜନକ ତାଲିବାନଙ୍କୁ ମୁକ୍ତ କରିବନି ଆଫଗାନିସ୍ତାନ
ବିପଦଜନକ ତାଲିବାନଙ୍କୁ ମୁକ୍ତ କରିବନି ଆଫଗାନିସ୍ତାନ

By

Published : Jul 10, 2020, 6:42 AM IST

କାବୁଲ: ଆଫଗାନିସ୍ତାନ ସରକାର ବିପଦଜନକ ଥିବା 600 ତାଲିବାନଙ୍କୁ ମୁକ୍ତ କରିବେନି । ଏନେଇ ସରକାରୀ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଶାନ୍ତି ପ୍ରକ୍ରିୟା ଅନୁସାରେ ଏହି ଅଦଳବଦଳ ପ୍ରକ୍ରିୟା ଚାଲିଥିବାବେଳେ ସରକାର ଏପରି ବାର୍ତ୍ତା ଦେଇଛନ୍ତି ।

ଗତ ଫେବୃୟାରୀରେ ହୋଇଥିବା ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ଅନୁସାରେ ଉଭୟ ପକ୍ଷ ବନ୍ଦୀ କରିଥିବା ଲୋକଙ୍କୁ ଛାଡିବାକୁ ସ୍ଥିର କରିଛନ୍ତି । ତାଲିବାନ ପକ୍ଷରୁ ସରକାରୀ ଅଧିକାରୀ, ସୁରକ୍ଷାକର୍ମୀ, ପୋଲିସ ଆଦିଙ୍କୁ ଛଡାଯାଉଛି । ସରକାରଙ୍କ ପକ୍ଷରୁ ବନ୍ଦୀ ଥିବା ତାଲିବାନୀଙ୍କୁ ମୁକ୍ତ କରାଯାଉଛି । ଆଫଗାନ୍ ସରକାର ଚୁକ୍ତି ଅନୁସାରେ ପ୍ରାୟ 5000 ତାଲିବାନୀଙ୍କୁ ଛାଡିବେ ବୋଲି ସ୍ଥିର କରିଛନ୍ତି । ଏହା ବଦଳରେ 1000 ଆଫଗାନ୍ ସୁରକ୍ଷାକର୍ମୀଙ୍କୁ ଛାଡିବାକୁ ରାଜି ହୋଇଛି ତାଲିବାନ ।

ତେବେ ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜାଭେଦ ଫୈଜଲ କହିଛନ୍ତି ଯେ, ତାଲିବାନ ପକ୍ଷରୁ ଦିଆଯାଇଥିବା ତାଲିକାରେ 600 ଜଣଙ୍କୁ ସରକାର ରିଲିଜ କରିବେନି । ଏମାନଙ୍କ ନାମରେ ଗୁରୁତର ମାମଲା ରୁଜୁ ହୋଇଛି । ହତ୍ୟା, ଲୁଟ୍, ଅପହରଣ ସମେତ ଶତାଧିକ ବିଦେଶୀ ନାଗରିକଙ୍କୁ ଅତ୍ୟାଚାର କରିଥିବା ଅଭିଯୋଗ ରହିଛି । ଏପରି ବିପଦଜନକ ତାଲିବାନୀଙ୍କୁ ସରକାର କେବେ ହେଲେ ଛାଡିବେନି । ଏମାନଙ୍କୁ ମୁକ୍ତ କରିବା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ତାଲିବାନ ପକ୍ଷରୁ ଏନେଇ ସରକାରଙ୍କୁ ଟାର୍ଗେଟ କରାଯାଇଛି । ପୂର୍ବରୁ ଶାନ୍ତି ପ୍ରକ୍ରିୟାରେ ସରକାର ବାଧା ସୃଷ୍ଟି କରୁଥିବା ସଙ୍ଗଠନ ଅଭିଯୋଗ କରିଛି । ଆଫଗାନ୍ ସରକାର ସାହାଯ୍ୟ କରୁନଥିବାବେଳେ ସେମାନଙ୍କ ସଦସ୍ୟଙ୍କୁ ଛାଡୁନଥିବା ତାଲିବାନ କହିଛି । ତେବେ ଫୈଜଲ କହିଛନ୍ତି ଯେ ସରକାର ଶାନ୍ତି ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ଖୁବଶିଘ୍ର ସମସ୍ତ କଏଦୀଙ୍କୁ ଛଡାଯିବ । କେବଳ କିଛି ହାଇପ୍ରୋଫାଇଲ ବନ୍ଦୀଙ୍କୁ ଛାଡିଲେ ବାକି ସମସ୍ତଙ୍କୁ ରିଲିଜ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଉଭୟ ପକ୍ଷରୁ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଭିତରେ ସରକାର ପ୍ରାୟ 4000 ତାଲିବାନୀଙ୍କୁ ଛାଡିଥିବାବେଳେ ଆତଙ୍କୀ ସଙ୍ଗଠନ ପକ୍ଷରୁ ମାତ୍ର ଏହାର ଦୁଇ ତୃତୀୟାଂଶଙ୍କୁ ଛଡାଯାଇଛି ।

ABOUT THE AUTHOR

...view details