ଓଡିଶା

odisha

ETV Bharat / international

ତାଲିବାନକୁ ପୁତିନଙ୍କ ଚେତାବନୀ ! ପଡୋଶୀ ଦେଶ ପାଇଁ ବିପଦ ନହେଉ ଆଫଗାନିସ୍ତାନ

13 ତମ ବ୍ରିକ୍ସ ସମ୍ମିଳନୀ(BRICS Summit)ରେ ଆଫଗାନିସ୍ତାନ ନିଜ ପଡୋଶୀ ଦେଶ ପାଇଁ ବିପଦ ହୋଇ ଛିଡା ନହେଉ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ତାଲିବାନକୁ ପୁତିନଙ୍କ ଚେତାବନୀ ! ପଡୋଶୀ ଦେଶ ପାଇଁ ବିପଦ ନହେଉ ଆଫଗାନିସ୍ତାନ
ତାଲିବାନକୁ ପୁତିନଙ୍କ ଚେତାବନୀ ! ପଡୋଶୀ ଦେଶ ପାଇଁ ବିପଦ ନହେଉ ଆଫଗାନିସ୍ତାନ

By

Published : Sep 10, 2021, 7:33 AM IST

ନୂଆଦିଲ୍ଲୀ: 13 ତମ ବ୍ରିକ୍ସ ସମ୍ମିଳନୀ(BRICS Summit)ରେ ଆଫଗାନିସ୍ତାନ ବିଷୟ ଉଠାଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଆଫଗାନିସ୍ତାନ ନିଜ ପଡୋଶୀ ଦେଶ ପାଇଁ ବିପଦ ହୋଇ ଛିଡା ନହେଉ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ।

ଋଷ ରାଷ୍ଟ୍ରପତି କହିଛନ୍ତି, ଆଫଗାନିସ୍ତାନ ଆତଙ୍କବାଦ ପଡୋଶୀ ଦେଶକୁ ଡ୍ରଗ୍ ଚୋରା ଚାଲାଣ ଭଳି ବିପଦ ସୃଷ୍ଟି କରିବା ଉଚିତ୍ ନୁହେଁ। ଆମେରିକା ସୈନ୍ୟବାହିନୀ ଏବଂ ସେମାନଙ୍କ ସହଯୋଗୀମାନଙ୍କ ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନ ଏକ ନୂଆ ସଙ୍କଟର ସାମ୍ନା କରୁଛି । ଏହା ବିଶ୍ବ ସୁରକ୍ଷା ଉପରେ କିପରି ପ୍ରଭାବ ପକାଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସମସ୍ତ ଦେଶ ଏହି ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେଇଥିବା କହିଛନ୍ତି ପୁତିନ ।

ଋଷର ଏହି ମନ୍ତବ୍ୟ ଆଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ କୁହାଯାଇପାରେ । କାରଣ ତାଲିବାନ ପାଇଁ ଏକ ସହାୟକ ମନୋଭାବ ଚୀନ୍‌ରୁ ଦେଖାଯାଇଛି। ପାକିସ୍ତାନ ଖୋଲାଖୋଲି ଭାବେ ତାଲିବାନକୁ ସମର୍ଥନ କରୁଛି । ଏଭଳି ପରିସ୍ଥିତିରେ ପୁତିନଙ୍କ ଏହି କଠୋର ମନ୍ତବ୍ୟର ବଡ଼ ପ୍ରଭାବ ପଡିପାରେ।

ABOUT THE AUTHOR

...view details