ଓଡିଶା

odisha

ETV Bharat / international

'ISI ସାହାଯ୍ୟରେ ଶାସନ କ୍ଷମତାକୁ ଆସିଥିଲେ ଇମ୍ରାନ ଖାନ'

ଇମ୍ରାନ ଖାନ ଆଇଏସଆଇ ଏବଂ ପାକିସ୍ତାନୀ ସେନାର ମିଲିଟାରୀ ଇଣ୍ଟେଲିଜେନ୍ସର ସାହାଯ୍ୟରେ ପାକିସ୍ତାନର ଶାସନ ଗାଦିରେ ବସିଛନ୍ତି ବୋଲି ଆଫଗାନିସ୍ତାନର ନେଶନାଲ ଡାଇରେକ୍ଟୋରେଟ ଅଫ ସିକ୍ୟୁରିଟିର ପୂର୍ବତନ ଅଧ୍ୟକ୍ଷ ରହମତୁଲ୍ଲାହ ନାବିଲ କହିଛନ୍ତି ।

ଇମ୍ରାନ ଖାନ
ଇମ୍ରାନ ଖାନ

By

Published : Jun 27, 2020, 12:39 PM IST

ଇସଲାମାବାଦ:ଆତଙ୍କବାଦୀ ଓସାମା ବିନ୍‌ ଲାଡେନକୁ ଶହୀଦ କହି ବିବାଦ ଘେରରେ ଫସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏନେଇ ତାଙ୍କୁ ସମାଲୋଚନା କରିଛନ୍ତି ଆଫଗାନିସ୍ତାନର ନ୍ୟାସନାଲ ଡାଇରେକ୍ଟୋରେଟ ଅଫ ସିକ୍ୟୁରିଟିର ପୂର୍ବତନ ଅଧ୍ୟକ୍ଷ ରହମତୁଲ୍ଲାହ ନାବିଲ । ଇମ୍ରାନ ଖାନ ଆଇଏସଆଇ ଏବଂ ପାକିସ୍ତାନୀ ସେନାର ମିଲିଟାରୀ ଇଣ୍ଟେଲିଜେନ୍ସର ସାହାଯ୍ୟରେ ପାକିସ୍ତାନର ଶାସନ ଗାଦିରେ ବସିଛନ୍ତି ବୋଲି ସେ କହିଛନ୍ତି । ତେବେ ଏହାର ପ୍ରମାଣ ମଧ୍ୟ ଥିବା ଦାବି କରିଛନ୍ତି ସେ ।

ନାବିଲ ଏନେଇ ଟ୍ବିଟ କରି କହିଛନ୍ତି, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ ସମ୍ପର୍କରେ ଯାହା ବି କହିଲେ ତାହା ନୂଆ କଥା ନୁହେଁ । ଇମ୍ରାନ କେବଳ ପାକିସ୍ତାନୀ ସେନାର ରଣନୀତି ଏବଂ ଚିନ୍ତାଧାରାକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ଇମ୍ରାନ ଖାନ ପୁଣିଥରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ସାମରିକ ସମ୍ପର୍କର ଘୋଷଣା କରିଛନ୍ତି । ଏହା ସହିତ ସେ ବିଶ୍ବକୁ ସଙ୍କେତ ଦେଇଛନ୍ତି ଯେ, ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ରହିଛି ଏବଂ ଆଗକୁ ମଧ୍ୟ ରହିବ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନେଶନଲ ଆସେମ୍ବଲି ଭାଷଣ ଦେବା ସମୟରେ ଆତଙ୍କବାଦୀ ଓସାମା ବିନ ଲାଡେନକୁ ଶହୀଦ ବୋଲି କହିଥିଲେ । ସେ କହିଥିଲେ, ଆମେରିକା ପାକିସ୍ତାନରେ ପ୍ରବେଶ କରି ଲାଡେନକୁ ହତ୍ୟା କରି ତାକୁ ଶହୀଦ କରିଦେଲା । ଏଥିପାଇଁ ଆମେ ଲଜ୍ଜିତ ବୋଲି ସେ କହିଥିଲେ ।

ଆମେରିକା ପାକିସ୍ତାନରେ ପ୍ରବେଶ କରି ଓସାମା ବିନ ଲାଡେନକୁ ନିହତ କରିଥିଲା । ଆମେରିକାରେ 9/11 ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅଲକାଏଦା ଆତଙ୍କବାଦୀ ସଂଗଠନର ମୁଖ୍ୟ ଲାଡେନ ।

ABOUT THE AUTHOR

...view details