କାବୁଲ: ଆଫଗାନିସ୍ତାନରେ କୋରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ଦେଶରେ ନୂଆ 66ଟି ମାମଲା ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1092 ଛୁଇଁଛି ।
ଆଫଗାନିସ୍ତାନରେ 1092 କୋରୋନା ଆକ୍ରାନ୍ତ, କାବୁଲରେ ସର୍ବାଧିକ - କୋଭିଡ 19
ସୋମବାର ରାତିରୁ ଏବେ ଯାଏଁ ମୋଟ 66ଟି ନୂଆ ପଜିଟିଭ ସ୍ପଷ୍ଟ ହୋଇଛି । ଏଥିରେ କାବୁଲରୁ ସର୍ବାଧିକ 52 ଆକ୍ରାନ୍ତ ରହିଛନ୍ତି । ଅଧିକ ପଢନ୍ତୁ...
![ଆଫଗାନିସ୍ତାନରେ 1092 କୋରୋନା ଆକ୍ରାନ୍ତ, କାବୁଲରେ ସର୍ବାଧିକ ଆଫଗାନିସ୍ତାନରେ 1092 କୋରୋନା ଆକ୍ରାନ୍ତ, କାବୁଲରେ ସର୍ବାଧିକ](https://etvbharatimages.akamaized.net/etvbharat/prod-images/768-512-6885780-142-6885780-1587479941738.jpg)
ଏନେଇ ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସୋମବାର ରାତିରୁ ଏବେ ଯାଏଁ ମୋଟ 66ଟି ନୂଆ ପଜିଟିଭ ସ୍ପଷ୍ଟ ହୋଇଛି । ଏଥିରେ କାବୁଲରୁ ସର୍ବାଧିକ 52 ଆକ୍ରାନ୍ତ ରହିଛନ୍ତି । ଲଘମାନରେ 5, ବାଘଲାନରେ 4, ନାନଗରହରରେ 4 ଏବଂ ପକଟିଆରେ ଗୋଟିଏ ମାମଲା ବାହାରିଛି । ଏହାସହ ଦେଶରେ 1092 ପହଞ୍ଚିଛି ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଆଫଗାନ ରାଷ୍ଟ୍ରପତି ପ୍ୟାଲେସର ଡଜନରୁ ଅଧିକ ଲୋକ କୋଭିଡ 19 ପଜିଟିଭର ଶିକାର ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଦେଶର ରାଷ୍ଟ୍ରପତି ଅସରଫ ଘାନି ନିଜକୁ ଆଇସୋଲେସନରେ ରଖିଛନ୍ତି । ତେବେ ତାଙ୍କର କୋରୋନା ଟେଷ୍ଟ ନେଗେଟିଭ ଅଛି । ଆଇସୋଲେସନରୁ ସେ ସମସ୍ତ ସରକାରୀ କାର୍ଯ୍ୟ ଓ ବୈଠକ ପରିଚାଳନା କରୁଥିବା ସୂଚନା ରହିଛି ।