କାବୁଲ: ଆତଙ୍କବାଦ ଉପରେ ଆଫଗାନିସ୍ତାନ ସେନାର ବଡ କାର୍ଯ୍ୟାନୁଷ୍ଠାନ । ଗତ 24 ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନାର ଅପରେସନରେ 100 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇସାରିଥିବାବେଳେ 45 ଜଣ ଆହତ ହୋଇଛନ୍ତି । 15ଟି ଭିନ୍ନ ଭିନ୍ନ ସ୍ଥାନରେ 18ଟି ଅପରେସନ କରିଥିଲା ସେନା । ଅନ୍ୟପକ୍ଷେ ଏହି ଅପରେସନରେ 5 ଆତଙ୍କବାଦୀ ଗିରଫ ହୋଇଥିବା ମଧ୍ୟ ଜଣାପଡିଛି ।
ଆକ୍ସନ ମୋଡରେ ଆଫଗାନିସ୍ତାନ ସେନା, 24 ଘଣ୍ଟାରେ 100 ଆତଙ୍କବାଦୀ ମୃତ - ଆଫଗାନିସ୍ତାନ ସେନା
ଆତଙ୍କବାଦୀଙ୍କ ଉପରେ ଆଫଗାନିସ୍ତାନ ସେନାର ବଡ କାର୍ଯ୍ୟାନୁଷ୍ଠାନ । 24 ଘଣ୍ଟାରେ ସେନାର ଅପରେସନରେ 100 ଆତଙ୍କବାଦୀଙ୍କ ମୃତ, 45 ଜଣ ଆହତ । ଅଧିକ ପଢନ୍ତୁ...
![ଆକ୍ସନ ମୋଡରେ ଆଫଗାନିସ୍ତାନ ସେନା, 24 ଘଣ୍ଟାରେ 100 ଆତଙ୍କବାଦୀ ମୃତ Afghanistan](https://etvbharatimages.akamaized.net/etvbharat/prod-images/768-512-5476397-thumbnail-3x2-af.jpg)
ଆକ୍ସନ ମୋଡରେ ଆଫଗାନିସ୍ତାନ ସେନା
ଆତଙ୍କବାଦୀଙ୍କ ମୃତ୍ୟୁ ନେଇ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ମୃତ ଆତଙ୍କବାଦୀମାନେ ଗୋଟିଏ ଗ୍ରୁପ କି ନୁହେଁ, ତାହା ମନ୍ତ୍ରଣାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।