କାବୁଲ: ଆଫଗାନିସ୍ତାନରେ ତାଲିବାନ ଜୋର ଜବରଦସ୍ତ ପ୍ରବେଶ ପରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି ଆଫଗାନୀ ମହିଳାମାନଙ୍କୁ । ତାଲିବାନ ଦେଶରେ ସାରିୟା ଆଇନ ଲାଗୁ କରିବା ସହ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବାର ଖବର ସାମ୍ନାକୁ ଆସୁଛି । ଏପରି କ୍ଷେତ୍ରରେ ବାପା-ମାଆଙ୍କୁ ଅଧିକ ଚିନ୍ତାରେ ପକାଇଛି ଝିଅଙ୍କ ସୁରକ୍ଷା ।
ତେଣୁ ସୁରକ୍ଷା ପାଇଁ UAE ପଠାଯାଉଥିବା ଝିଅଙ୍କୁ ବାଧ୍ୟ ହୋଇ ବିବାହ କରାଉଛନ୍ତି ବାପା-ମାଆ । ଏପରିକି କୌଣସି ପୁଅକୁ ଲାଞ୍ଚ ଦେଇ ଆମ ଝିଅର ସ୍ବାମୀ ବୋଲି କହି ବାହାର ଦେଶକୁ ନେଇଯାଆନ୍ତୁ କହୁଥିବା ଖବର ସାମ୍ନାକୁ ଆସିଛି । କେହି କେହି ମଧ୍ୟ ବିମାନବନ୍ଦର ନିକଟରେ ବିବାହ କରୁଛନ୍ତି ଏବଂ ଅନ୍ୟକେହି ମିଛରେ ଅନ୍ୟ ପୁରୁଷକୁ ସ୍ବାମୀର ପରିଚୟ ଦେଉଛନ୍ତି । ତେବେ ଆମେରିକା ବୈଦଶିକ ମନ୍ତ୍ରଣାଳୟ ଏନେଇ ଚିନ୍ତାବ୍ୟକ୍ତ କରିଛି ।