ଓଡିଶା

odisha

ETV Bharat / international

ଆଫଗାନ ସରକାରୀ ତାଲିକାରେ ତାଲିବାନୀ ବନ୍ଦୀଙ୍କ ତଥ୍ୟ ପ୍ରକାଶିତ

ଆଫଗାନରେ ବନ୍ଧକ ଥିବା ତାଲିବାନୀ କଏଦୀଙ୍କର ତାଲିକା ପ୍ରକାଶ କରିଛନ୍ତି ଆଫଗାନ ସରକାର । ଏହି ତାଲିକାରେ ପ୍ରକାଶିତ ବନ୍ଦୀମାନେ ମୁଖ୍ୟତଃ 4ଟି ପ୍ରାନ୍ତ କନ୍ଦାହାର, ହେଲମଣ୍ଡ, ନାଙ୍ଗରହାର ଓ ଫରାହର ହୋଇଥିବା ଜଣା ପଡିଛି ।

By

Published : Jul 21, 2020, 8:20 PM IST

afghan-taliban prisoners exchange, afghan govt list, afghan to release taliban inmates, intra-afghan deal, prisoners exchange, ଆଫଗାନ-ତାଲିବାନ ବନ୍ଦୀ ହସ୍ତାନ୍ତର, ଆଫଗାନର ସରକାରୀ ତାଲିକା, ତାଲିବାନ ବନ୍ଦୀ ମୁକ୍ତ କଲା ଆଫଗାନ, ଇଣ୍ଟ୍ରା-ଆଫଗାନ ଆଲୋଚନା, ବନ୍ଦୀ ହସ୍ତାନ୍ତର
ଆଫଗାନ ସରକାରୀ ତାଲିକାରେ ତାଲିବାନୀ ବନ୍ଦୀଙ୍କ ତଥ୍ୟ ପ୍ରକାଶିତ

କାବୁଲ: ଆଫଗାନରେ ବନ୍ଧକ ଥିବା ତାଲିବାନୀ କଏଦୀଙ୍କ ତାଲିକା ପ୍ରକାଶ କରିଛନ୍ତି ଆଫଗାନ ସରକାର । ଏହି ତାଲିକାରେ ପ୍ରକାଶିତ ବନ୍ଦୀମାନେ ମୁଖ୍ୟତଃ 4ଟି ପ୍ରାନ୍ତ କନ୍ଦାହାର, ହେଲମଣ୍ଡ, ନାଙ୍ଗରହାର ଓ ଫରାହର ହୋଇଥିବା ଜଣା ପଡିଛି । ଏହି କଏଦୀମାନଙ୍କୁ ଆଗାମୀ ପର୍ଯ୍ୟାୟରେ ମୁକ୍ତ କରାଯିବା ନେଇ ସ୍ପଷ୍ଟ ହୋଇଛି । ତେବେ ଏହି ତାଲିକାକୁ ଜାତୀୟ ସୁରକ୍ଷା ପରିଷଦ ପ୍ରସ୍ତୁତ କରିଥିବା ଜଣା ପଡିଛି ।

ଏହି ତାଲିକା ଅନୁଯାୟୀ ଏଯାବତ୍‌ 34ଟି ପ୍ରାନ୍ତରୁ ତାଲିବାନୀ ବନ୍ଦୀଙ୍କୁ ଆଫଗାନିସ୍ତାନରୁ ମୁକ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ପଞ୍ଜଶିର, ବାମିୟାନ ଓ ନୁରିସ୍ତାନରୁ ସର୍ବନିମ୍ନ ସଂଖ୍ୟକ କଏଦୀ ମୁକ୍ତ ହୋଇଛନ୍ତି । ଏଥିରେ ଏହା ମଧ୍ ପ୍ରକାଶ କରାଯାଇଛି କି ପୂର୍ବରୁ କିଛି ତାଲିବାନୀ କଏଦୀଙ୍କ ମୁକ୍ତି ନେଇ ଆଫଗାନ ସରକାର ନାମଞ୍ଜୁର ହୋଇଥିବା ବେଳେ ଏବେ ଏହି 592 କଏଦୀଙ୍କୁ ମୁକ୍ତ କରାଯାଇଛି ।

ଚୁକ୍ତି ମୁତାବକ ଆଫଗାନ ସରକାର 5000 ତାଲିବାନୀ ବନ୍ଦୀଙ୍କୁ ମୁକ୍ତ କରିବା ପ୍ରତିବଦଳରେ ତାଲିବାନ ସରକାର 1000 ଆଫଗାନ ଯବାନ ଓ ନାଗରିକଙ୍କୁ କାରାଗାରରୁ ମୁକ୍ତ କରିବ । ଏହି ଚୁକ୍ତ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନ 4200 ତାଲିବାନ ବନ୍ଦୀଙ୍କୁ ମୁକ୍ତ କରିସାରିଥିବା ବେଳେ ଅପରପାର୍ଶ୍ବରେ ତାଲିବାନ ଏଯାବତଚ୍‌ 845 ସୁରକ୍ଷାକର୍ମୀଙ୍କୁ ମୁକ୍ତ କରିସାରିଥିବା ଜଣା ପଡିଛି ।

ସେପଟେ ଏହି ପ୍ରକ୍ରିୟା ଯେତେ ଶୀଘ୍ର ଶେଷ ହେବ ସେତେ ଶୀଘ୍ର ଇଣ୍ଟ୍ରା-ଆଫଗାନ ଚୁକ୍ତି ନେଇ ଆଲୋଚନା ହେବା ନେଇ ସ୍ପଷ୍ଟ ହୋଇଛି ।

@IANS

ABOUT THE AUTHOR

...view details