କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ମଙ୍ଗଳବାର ବହୁ ପ୍ରତୀକ୍ଷିତ ଆଦେଶନାମାରେ ଦସ୍ତଖତ କରିଛନ୍ତି । ଏହି ଦସ୍ତଖତ ପରେ ତାଲିବାନ କଏଦୀମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ତ୍ବରାନ୍ବିତ ଓ ସହଜ ହେବ । ବନ୍ଦୀମାନଙ୍କୁ ମୁକ୍ତ କରିବା ଗତ ମାସରେ ଆମେରିକା ଏବଂ ତାଲିବାନ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଶାନ୍ତି ଚୁକ୍ତିର ଏକ ଅଂଶ ଥିଲା ।
ଏହି ନିଷ୍ପତ୍ତି ଘୋଷଣା କରି ଘାନିଙ୍କ ମୁଖପାତ୍ର ସିଦିକ ସିଦ୍ଦିକୀ ମଙ୍ଗଳବାର କହିଛନ୍ତି ଯେ ବୁଧବାର ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ସିଦ୍ଦୀକୀ ଟୁଇଟ୍ କରି କହିଛନ୍ତି, "ରାଷ୍ଟ୍ରପତି ଘାନି ଏହି ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି ଯାହା ତାଲିବାନ ଏବଂ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ବୁଝାମଣା ଆରମ୍ଭ ପାଇଁ ଏକ ଗ୍ରହଣୀୟ ପଦକ୍ଷେପ । ଏହା ସ୍ବାକ୍ଷରିତ ପରେ ତାଲିବାନ କଏଦୀମାନଙ୍କୁ ମୁକ୍ତ କରିବାରେ ସହଜ ହେବ । ଆସନ୍ତାକାଲି ଏହି ନିଷ୍ପତ୍ତିର ସବିଶେଷ ତଥ୍ୟ ପ୍ରଦାନ କରାଯିବ।