ଓଡିଶା

odisha

ETV Bharat / international

ୟୁଏଇରୁ ଅଶରଫଙ୍କ ବାର୍ତ୍ତା, କହିଲେ ରକ୍ତପାତ ଏଡାଇବାକୁ ଦେଶ ଛାଡିଲି

ଆଫଗାନିସ୍ତାନକୁ ତାଲିବାନ ଆତଙ୍କୀ ସଂଗଠନ ଦଖଲ କରିବା ପରେ ଦେଶ ଛାଡି ପଳାଇଛନ୍ତି ରାଷ୍ଟ୍ରପତି ଅଶରଫ ଘନୀ । ବର୍ତ୍ତମାନ ସେ ୟୁଏଇରେ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

Ashraf Ghani releases video
ରାଷ୍ଟ୍ରପତି ଅଶରଫ ଘନି

By

Published : Aug 19, 2021, 9:45 AM IST

ଦୁବାଇ: ଆଫଗାନିସ୍ତାନକୁ ତାଲିବାନ ଆତଙ୍କୀ ସଂଗଠନ ଦଖଲ କରିବା ପରେ ଦେଶଛାଡି ପଳାଇଛନ୍ତି ରାଷ୍ଟ୍ରପତି ଅଶରଫ ଘନୀ । ବର୍ତ୍ତମାନ ସେ ୟୁଏଇରେ ଥିବା ଜଣାପଡିଛି । ସେ ଟଙ୍କା ଗାଡି ନେଇ ପଳାଇଥିବା କୁହାଯାଉଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଅଶରଫ ।

ୟୁଏଇରୁ ଦେଶବାସୀଙ୍କୁ ବାର୍ତ୍ତା ପଠାଇଛନ୍ତି ଅଶରଫ । ମୋ ଇଚ୍ଛା ବିରୋଧରେ ମୋତେ ଦେଶ ବାହାରକୁ ପଠାଗଲା ବୋଲି କହିଛନ୍ତି ଘନୀ । ଯେଉଁମାନେ ପଳାୟନ କରିଥିବା କହୁଛନ୍ତି ସମସ୍ତେ ସତ କଥା ଜାଣିବା ଦରକାର । ଅଘଟଣ ଏଡାଇବାକୁ ଦେଶ ଛାଡିଲି । ତାଲିବାନଙ୍କ ସହିତ ହୋଇଥିବା ଆଲୋଚନା ଫଳପ୍ରଦ ହୋଲାନାହିଁ । ଦେଶରେ ରକ୍ତପାତ ନ ହେଉ ସେ ପାଇଁ ଦେଶ ଛାଡିଛି । ଟଙ୍କା ନେଇ ପଳାଇବା କୁହାଯାଉଥିବା କଥା ମୂଲ୍ୟହୀନ ବୋଲି କହିଛନ୍ତି ଘନୀ ।

ରକ୍ତପାତକୁ ରୋକିବାରୁ ଏହି ପଦକ୍ଷେପ ନିଆଯାଇଛି । କାବୁଲ ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ସେ । ଆଫଗାନିସ୍ତାନକୁ ଅପମାନିତ କରିବା ମୋ ପାଇଁ ଗ୍ରହଣୀୟ ନୁହେଁ, କିନ୍ତୁ ମୋତେ କରିବାକୁ ପଡ଼ିଲା । ସିଏନଏନ ରିପୋର୍ଟ ମୁତାବକ, ରକ୍ତପାତ ଏବଂ ଆଫଗାନିସ୍ତାନର ବିନାଶକୁ ଏଡ଼ାଇବା ପାଇଁ ଘନୀ ଆଫଗାନିସ୍ତାନରୁ ବାହାକୁ ଚାଲିଯାଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଫେସବୁକରେ ଏକ ଭିଡିଓ ଜାରି କରି ଏହି କଥା କହିବା ସହିତ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ଘନୀ ।

ଘନୀ ଆହୁରି କହିଛନ୍ତି ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଥିଲି ହେଲେ ତାହା ସମ୍ଭବ ହେଲାନାହିଁ । ଦେଶବାସୀଙ୍କ ସୁରକ୍ଷା ପାଇଁ ଏପରି କରିଥିବା କହିଛନ୍ତି ଘନୀ । ରାଜ୍ୟ ପାଣ୍ଠିରୁ 169 ମିଲିୟନ ଡଲାର ଚୋରି କରିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଗୋଟିଏ ପୋଷାକ ପିନ୍ଧିଥିବା ଚପଲ ସହିତ ଆଫଗାନିସ୍ତାନ ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି ଘନୀ । ରବିବାର କାବୁଲ ନିକଟରେ ତାଲିବାନ ପହଞ୍ଚିବା ପରେ ଘନୀ ଆଫଗାନିସ୍ତାନ ଛାଡିଥିଲେ ।

ପ୍ରକାଶ ଥାଉ କି, ଘନୀ ଫେରାର ହେବାବେଳେ ସାଙ୍ଗରେ ୪ଟି କାର, ଟଙ୍କା ଓ ହେଲିକପ୍ଟର ନେଇ ପଳାଇଥିବା ଅଭିଯୋଗ କରିଥିଲା ଋଷ ଦୂତବାସ । ୪ଟି କାରରେ ଟଙ୍କା ଭର୍ତ୍ତି ହୋଇଥିବା ବଳକା ଟଙ୍କାକୁ ରନୱେରେ ଛାଡି ଦେଇଥିବା କହିଥିଲା ଋଷ ।

@ANI

ABOUT THE AUTHOR

...view details