ଓଡିଶା

odisha

ETV Bharat / international

କାବୁଲ କବଜା ଲକ୍ଷ୍ୟରେ ତାଲିବାନ, ଇସ୍ତଫା ଦେବେ ରାଷ୍ଟ୍ରପତି ଅସରଫ ଘାନି ! - ରାଷ୍ଟ୍ରପତି ଅସରଫ ଗନି

ଆଫଗାନିସ୍ତାନରେ ତାଲିବାନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ତଫା ଦେଇପାରନ୍ତି ରାଷ୍ଟ୍ରପତି ଅସରଫ ଘାନି । ଆଫଗାନିସ୍ତାନରେ ଦିନକୁ ଦିନ ମଜବୁତ ହୋଇଚାଲିଛି ତାଲିବାନର ଅସ୍ତିତ୍ବ । ଅଧିକ ପଢନ୍ତୁ...

କାବୁଲ କବଜା ଲକ୍ଷ୍ୟରେ ତାଲିବାନ, ଇସ୍ତଫା ଦେବେ ରାଷ୍ଟ୍ରପତି ଅସରଫ ଗନି !
କାବୁଲ କବଜା ଲକ୍ଷ୍ୟରେ ତାଲିବାନ, ଇସ୍ତଫା ଦେବେ ରାଷ୍ଟ୍ରପତି ଅସରଫ ଗନି !

By

Published : Aug 13, 2021, 7:48 PM IST

କାବୁଲ: ବଢୁଛି ଅତ୍ୟାଚାର । ରକ୍ତରେ ଭିଜୁଛି ମାଟି । ବନ୍ଧୁକ ମୁନରେ ଚାଲିଛି ଶାସନ । ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡିବା ପରେ ଏଠାରେ ହିଂସାର ଚରମରେ ପହଁଞ୍ଚିଛି ତାଲିବାନ ଆତଙ୍କବାଦୀ । ଆଉ କେଇ ଘଣ୍ଟା ପରେ ସମଗ୍ର ଆଫଗାନିସ୍ତାନରେ ଆଧିପତ୍ୟ ବିସ୍ତାର କରିବାକୁ ଯାଉଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ତଫା ଦେଇପାରନ୍ତି ରାଷ୍ଟ୍ରପତି ଅସରଫ ଘାନି ।

ଆଫଗାନିସ୍ତାନରେ ଦିନକୁ ଦିନ ମଜବୁତ ହୋଇଚାଲିଛି ତାଲିବାନର ଅସ୍ତିତ୍ବ । ଅନେକ ବଡ ସହରକୁ କବଜା କରିସାରିଲେଣି ତାଲିବାନ ଆତଙ୍କୀ । କେବଳ ସେତିକି ନୁହେଁ, ସରକାରୀ ଅଧିକାରୀଙ୍କୁ ମଧ୍ୟ ଛାଡୁନାହିଁ ତାଲିବାନ । ଏବେ ରାଜଧାନୀ କାବୁଲଠାରୁ ଆଉ ମାତ୍ର ୫୦ କିଲୋମିଟର ଦୂରରେ ରହିଛନ୍ତି ତାଲିବାନ ଆତଙ୍କୀ । ଆଫଗାନିସ୍ତାନର ମୋଟ ୩୪ ରାଜ୍ୟରୁ ପାଖାପାଖି ୧୨ରୁ ଉର୍ଦ୍ଧ୍ବ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ତାଲିବାନ ଦଖଲକୁ ଆସିସାରିଛି ।

ତାଲିବାନର ଶକ୍ତି ଆଗରେ ହାତ ଟେକିଦେଇଥିବା ଆଫଗାନିସ୍ତାନ ସରକାର କ୍ଷମତା ଭାଗବଣ୍ଟାର କରିଥିଲା ସୁପାରିଶ । ସୂଚନା ଅନୁଯାୟୀ, କୁହାଯାଉଥିଲା ଯେ ରାଷ୍ଟ୍ରପତି ଅସରଫ ଘାନିଙ୍କ ସରକାର ହିଂସା ରୋକିବା ପାଇଁ ଏହି ସୁପାରିଶକୁ ମଧ୍ୟସ୍ଥତା କରୁଥିବା କତାରକୁ ପଠାଇଛନ୍ତି । ହେଲେ ଏହି ପ୍ରସ୍ତାବକୁ ଖାରଜ କରିଦେଇଛି ତାଲିବାନ ।

ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ କବଜା ଚାହୁଁଛି ତାଲିବାନ । ଆଉ ଏଥିପାଇଁ ଅସରଫ ଘାନିଙ୍କୁ କ୍ଷମତାରୁ ହଟାଇବାରୁ ଯୁଦ୍ଧକୁ ଦୃତଗତି ଦେଇଛି ସଂଗଠନ । ପୂନର୍ବାର ତାଲିବାନ ନିଜର ୨୦ ବର୍ଷ ପଛର ଅସ୍ତିତ୍ବକୁ ଫେରିଛି, ଯେଉଁଠି ଏହାର ଦବଦବା ରହିଥିଲା ।

ABOUT THE AUTHOR

...view details