ଓଡିଶା

odisha

ETV Bharat / international

317 ତାଲିବାନ କଏଦୀଙ୍କୁ ମୁକ୍ତ କଲେ ଆଫଗାନ ସରକାର - ଆଫଗାନ ସରକାର

ଆଫଗାନିସ୍ତାନ ସରକାର ଗତ ଦୁଇ ଦିନ ମଧ୍ୟରେ 317 ତାଲିବାନ କଏଦୀଙ୍କୁ ମୁକ୍ତ କରିଛନ୍ତି । ଏହାକୁ ମିଶାଇ ତାଲିବାନ ସରକାର ଏବେ ସୁଦ୍ଧା ମୋଟ 4,917 କଏଦୀଙ୍କୁ ମୁକ୍ତ କରିଥିବା ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ତାଲିବାନ କଏଦୀ
ତାଲିବାନ କଏଦୀ

By

Published : Aug 3, 2020, 3:21 PM IST

କାବୁଲ: ଗତ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟିବାକୁ ଯାଉଛି । ଦେଶରେ ଶାନ୍ତି ଫେରାଇ ଆଣିବା ଦିଗରେ ଉଭୟ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପ ସ୍ବରୁପ ଆଫଗାନିସ୍ତାନ ସରକାର ଗତ ଦୁଇ ଦିନ ମଧ୍ୟରେ 317 ତାଲିବାନ କଏଦୀଙ୍କୁ ମୁକ୍ତ କରିଛନ୍ତି । ତେବେ ଏହାକୁ ମିଶାଇ ତାଲିବାନ ସରକାର ଏବେ ସୁଦ୍ଧା ମୋଟ 4,917 କଏଦୀଙ୍କୁ ମୁକ୍ତ କରିଥିବା ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ତେବେ ମୋଟ 5,100 କଏଦିଙ୍କୁ ମୁକ୍ତ କରାଯିବ ବୋଲି ସୁରକ୍ଷା ପରିଷଦ କହିଛି । ତାଲିବାନର ତିନି ଦିନିଆ ଅସ୍ତ୍ରବିରତି ଉଲ୍ଲଂଘନର ପ୍ରତିକ୍ରିୟାରେ ରାଷ୍ଟ୍ରପତି ଘାନି ଜୁଲାଇ 31 ରେ 500 ତାଲିବାନ କଏଦୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରବିବାର ଠାରୁ କଏଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଆସନ୍ତା ଚାରି ଦିନ ମଧ୍ୟରେ 500 କଏଦୀଙ୍କୁ ମୁକ୍ତ କରାଯିବ ବୋଲି ଘାନି କହିଛନ୍ତି ।

ସେପଟେ ଫେବୃଆରୀରେ ଆମେରିକା ସହ ହୋଇଥିବା ଶାନ୍ତି ଚୁକ୍ତି ଅନୁଯାୟୀ ତାଲିବାନ ମଧ୍ୟ 1000 ସରକାରୀ କଏଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଶେଷ କରିଛି । ତାଲିବାନ ଜୁଲାଇ 28 ରେ 82 ଜଣ କଏଦୀଙ୍କୁ ମୁକ୍ତ କରି ଏହି ପ୍ରକ୍ରିୟା ଶେଷ କରିଥିଲା ।

ABOUT THE AUTHOR

...view details