କାବୁଲ: କୋଭିଡ 19 ମୁକାବିଲା ସହ ଶାନ୍ତି ପରିସ୍ଥିତି ବଜାୟ ରଖିବାକୁ ଆଫଗାନିସ୍ତାନ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ସରକାରଙ୍କ ପକ୍ଷରୁ 1000 ତାଲିବାନୀଙ୍କୁ ମୁକ୍ତ କରାଯାଇଛି । ଏହାସହ ସେମାନଙ୍କୁ କୌଣସି ହିଂସାକାଣ୍ଡ ନକରିବାକୁ ଅନୁରୋଧ କରାଯାଇଛି ।
ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ ପରିସ୍ଥିତି ଖରାପ ଥିବାରୁ ଏହାକୁ ସଜାଡିବାର ପ୍ରୟାସ କରିଛନ୍ତି ସରକାର । ବର୍ତ୍ତମାନ ସ୍ଥିତିରେ 1000 ତାଲିବାନୀଙ୍କୁ ହିଂସାକାଣ୍ଡ ନକରିବା ସର୍ତ୍ତରେ ଛଡାଯାଉଛି । ସେହିପରି ତାଲିବାନ ସଙ୍ଗଠନ ମଧ୍ୟ ସହଯୋଗର ହାତ ବଢାଇ ଅପହରଣ କରିଥିବା ସରକାରୀ ସୁରକ୍ଷା କର୍ମୀଙ୍କୁ ଛାଡିଦେଉ ବୋଲି ପରିଷଦ ଅନୁରୋଧ କରିଛି । ଏହାସହ ପରସ୍ପର ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହେଉ ବୋଲି ମଧ୍ୟ ଏହା ଦାବି କରିଛି ।