ଓଡିଶା

odisha

ETV Bharat / international

2 ଆତଙ୍କୀଙ୍କୁ ମାରି ବାପା ମା’ଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ନାବାଳିକା ଝିଅ - 2 ଆତଙ୍କବାଦୀଙ୍କୁ ମାରି ପ୍ରତିଶୋଧ ନେଲା ନାବାଳିକା

AK-47 ଉଠାଇ ବାପାମାଆଙ୍କ ହତ୍ୟାର ପ୍ରତିଶୋଧ ନେଲା ଝିଅ କମାର ଗୁଲ । ଯାହାର ବୟସ 14ରୁ 16 ବର୍ଷ ଭିତରେ ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

2 ଆତଙ୍କୀଙ୍କୁ ମାରି ବାପା ମାଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ନାବାଳିକା ଝିଅ
2 ଆତଙ୍କୀଙ୍କୁ ମାରି ବାପା ମାଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ନାବାଳିକା ଝିଅ

By

Published : Jul 22, 2020, 9:07 AM IST

କାବୁଲ: ପିତାମାତାଙ୍କ ହତ୍ୟାକାରୀକୁ ମାରି ପ୍ରତିଶୋଧ ନେଲା ଝିଅ । 2 ଆତଙ୍କବାଦୀଙ୍କୁ ଜୀବନରୁ ମାରି ବଦଲା ନେଇଛି ଜଣେ ନାବାଳିକା । ତାଲିବାନୀ ସଙ୍ଗଠନର 2 ଆତଙ୍କୀଙ୍କୁ ହତ୍ୟା କରିବା ସହ ଅନେକଙ୍କୁ ଆହତ କରିଛି । ଘଟଣାଟି ଆଫଗାନିସ୍ତାନର ଘୋର ପ୍ରଦେଶର ଏକ ଗାଁରେ ଘଟିଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗଲ୍ଫ ନ୍ୟୁଜ ମୁତବାକ ସରକାର ଏହି ଘଟଣା ଉପରେ ପୃଷ୍ଟି କରିଛନ୍ତି । ଗତ ସପ୍ତାହରେ ଘୋର ପ୍ରଦେଶର କମାର ଗୁଲଙ୍କ ଘରେ ପଶି ଆତଙ୍କବାଦୀ ତାଙ୍କ ବାପାଙ୍କୁ ଖୋଜାଖୋଜି କରିଥିଲେ । ଏନେଇ ସ୍ଥାନୀୟ ପୋଲିସ ମୁଖ୍ୟ ହବିବୁରାହମାନ ମଲେକଜଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କମାରଙ୍କ ବାପା ସରକାରୀ ସମର୍ଥକ ହୋଇଥିବାକୁ ଆତଙ୍କୀବାଦୀ ତାଙ୍କୁ ଘରକୁ ଭିତରୁ ଘୋଷାଡି ଆଣିଥିଲେ । ଏହାକୁ ଯେତେବେଳେ ତାଙ୍କ ପତ୍ନୀ ବିରୋଧ କରିଥିଲେ, ତାଲିବାନ ଆତଙ୍କବାଦୀମାନେ ଏହି ଦମ୍ପତିଙ୍କୁ ନିଜ ଘର ବାହାରେ ହତ୍ୟା କରିଥିଲେ ବୋଲି ମଲେକଜଡା କହିଛନ୍ତି ।

ଏହି ସମୟରେ ଘର ଭିତରେ ଥିବା କାମାର ଗୁଲ ଘରେ ଥିବା AK-47 ବନ୍ଧୁକ ନେଇ ପ୍ରଥମେ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ଯେଉଁମାନେ ତାଙ୍କ ପିତାମାତାଙ୍କୁ ହତ୍ୟା କରିଥିଲେ ଏବଂ ପରେ ଅନ୍ୟ କେତେକଙ୍କୁ ଆହତ କରିଥିଲେ। କମାରଙ୍କ ବୟସ ପାଖାପାଖି 14ରୁ 16 ବର୍ଷ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।

ପରେ ତାଲିବାନର ଅନ୍ୟ କେତେ ଜଣ ଆତଙ୍କବାଦୀ ତାଙ୍କ ଘରକୁ ଆକ୍ରମଣ କରିବାକୁ ଆସିଥିଲେ, କିନ୍ତୁ ବନ୍ଧୁକଧାରୀ ପରେ କିଛି ଗ୍ରାମବାସୀ ତଥା ସରକାରୀ ସମର୍ଥକ ମିଳି ସେମାନଙ୍କୁ ଘଉଡାଇ ଦେଇଥିଲେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details