ମାନିଲା: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ନିଜ ସଦସ୍ୟ ଦେଶମାନଙ୍କରେ କୋରୋନା ମୁକାବିଲା କରିବା ପାଇଁ 20 ବିଲିୟନ ଡ଼ଲାରର ସହାୟତା ଘୋଷଣା କରିଛି । ମହାମାରୀ କୋରୋନାର ମୁକାବିଲା ଓ ଅର୍ଥନୈତିକ ବିକାଶ ପାଇଁ ଏହା ବିନିଯୋଗ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ଗତ ମାର୍ଚ୍ଚ 18ରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ କୋରୋନା ମୁକାବିଲା କରିବା ପାଇଁ 6.5 ବିଲିୟନ ଡ଼ଲାରର ପ୍ରାରମ୍ଭିକ ରାଶି ଘୋଷଣା କରିଥିଲା । ଏହାପରେ କୋରୋନା ପ୍ରଭାବକୁ ନଜରରେ ରଖି ପୁଣି ପ୍ରାରମ୍ଭିକ ରାଶିରେ 13.5 ବିଲିୟନ ଡ଼ଲାର ଯୋଗ କରିଛି । ଯାହା ସାମଗ୍ରିକ ଭାବେ ଦେଶର ଅର୍ଥନୀତି ଓ ସ୍ବାସ୍ଥ୍ୟ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ ।