ଟୋକିଓ: ଜାପାନର ଓସକା ସହରରେ ଭୟାବହ ଅଗ୍ନିକାଣ୍ଡ । ସହରରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗିବା ଯୋଗୁଁ ଅତିକମରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବହୁସଂଖ୍ୟକ ଲୋକେ ଗୁରୁତର ହୋଇଛନ୍ତି । ଏବେସୁଦ୍ଧା ୨୩ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୭୦ଟି ଫାୟାର ଇଞ୍ଜିନ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
Building Fire In Osaka: ଜାପାନରେ ଭୟାବହ ଅଗ୍ନିକାଣ୍ଡ, ୨୭ ମୃତ - ଅଗ୍ନିକାଣ୍ଡରେ ଜାପାନରେ ୨୭ ମୃତ
ଜାପାନର ଓସକା ସହରରେ ଭୟାବହ ଅଗ୍ନିକାଣ୍ଡ । ସହରରେ ଥିବା ଏକ ବ୍ୟବସାୟିକ ବିଲ୍ଡିଂରେ ନିଆଁ ଲାଗିବା ଯୋଗୁଁ ଅତିକମରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ
![Building Fire In Osaka: ଜାପାନରେ ଭୟାବହ ଅଗ୍ନିକାଣ୍ଡ, ୨୭ ମୃତ ଜାପାନରେ ଭୟାବହ ଅଗ୍ନିକାଣ୍ଡ: ୨୭ ମୃତ](https://etvbharatimages.akamaized.net/etvbharat/prod-images/768-512-13930852-thumbnail-3x2-japan.jpg)
ଜାପାନରେ ଭୟାବହ ଅଗ୍ନିକାଣ୍ଡ: ୨୭ ମୃତ
ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ସ୍ଥାନଟି ଏକ ବ୍ୟବସାୟିକ ବିଲ୍ଡିଂ ଅଟେ । ଏହି ବିଲ୍ଡିଂରେ ଏକ ଆଭ୍ୟନ୍ତରୀଣ ମେଡିସିନ କ୍ଲିନିକ, ଇଂରାଜୀ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଷ୍ଟୋର ରହିଛି । ଆଠ ମହଲା ବିଶିଷ୍ଟ ଏହି ସୁଉଚ୍ଚ ଅଟ୍ଟାଳିକାର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅନ୍ୟ ମହଲାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଓସକା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ