ଓଡିଶା

odisha

ETV Bharat / international

ରାସ୍ତାରେ ଚାଲିଥିଲା ପ୍ରେମ ପରୀକ୍ଷା, ତା'ପରେ...

ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ପ୍ରେମର ପରୀକ୍ଷା ନେବାକୁ ଯାଇ ଆପଣାଇଛନ୍ତି ବିପଦପୂର୍ଣ୍ଣ ପଦକ୍ଷେପ । ଯାହାକି ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ନିଜ ପତ୍ନୀଙ୍କ ପ୍ରେମକୁ ପରୀକ୍ଷା କରିବାକୁ ଯାଇ ରାତି ଅଧରେ ଏକ ରାସ୍ତା ମଝିରେ ଛିଡା ହୋଇ ଯାଇଥିଲେ ।

By

Published : Mar 15, 2019, 11:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବେଜିଂ: ସାଧାରଣତଃ ବଲିଉଡ ଫିଲ୍ମରେ ପ୍ରେମ ପରୀକ୍ଷା ଦେଖିବାକୁ ମିଳେ । ଫିଲ୍ମ ଷ୍ଟାଇଲରେ ଏପରି ଏକ ଘଟଣା ପୂର୍ବ ଚୀନରେ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ପ୍ରେମର ପରୀକ୍ଷା ନେବାକୁ ଯାଇ ଆପଣାଇଛନ୍ତି ବିପଦପୂର୍ଣ୍ଣ ପଦକ୍ଷେପ । ଯାହାକି ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି ।

ସୂଚନା ମୁତାବକ, ପେନ୍‌ ନାମକ ବ୍ୟକ୍ତିଙ୍କ ତାଙ୍କ ପତ୍ନୀଙ୍କ ସହ ଝଗଡା ହୋଇଥିଲା । ଏହା ପରେ ସେ ନିଜ ପତ୍ନୀଙ୍କ ପ୍ରେମକୁ ପରୀକ୍ଷା କରିବାକୁ ଯାଇ ରାତି ଅଧରେ ଏକ ରାସ୍ତା ମଝିରେ ଛିଡା ହୋଇ ଯାଇଥିଲେ । ଇତି ମଧ୍ୟରେ ତାଙ୍କ ପତ୍ନୀ ତାଙ୍କୁ ସେଠାରୁ ହଟିବା ପାଇଁ ବହୁ ପ୍ରୟାସ କରିଥିଲେ । କିନ୍ତୁ ଏସବୁ ମଧ୍ୟରେ ସେହି ରାସ୍ତାରେ ଆସୁଥିବା ଏକ ଭ୍ୟାନ୍‌ ପେନ୍‌ଙ୍କୁ ଧକ୍କା ଦେଇଥିଲା । ଭ୍ୟାନଟି ତାଙ୍କୁ କିଛି ବାଟ ଘୋଷାଡି ମଧ୍ୟ ନେଇଯାଇଥିଲା ।

ପତି-ପତ୍ନୀଙ୍କ ଝଗଡାର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ABOUT THE AUTHOR

...view details