ଓଡିଶା

odisha

ETV Bharat / international

ଦେଶର 90 ପ୍ରତିଶତ ଦୁଷ୍କର୍ମକାରୀ ପରିଚିତ ! - ହାଇଦ୍ରାବାଦ ଖବର

ବଦଳିଛି ସମୟ ହେଲେ ବଦଳିନି ହୀନ ମାନସିକତା । ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ ଓ ନାରୀ ନିର୍ଯାତନା । ତେବେ ଏହି ଅପରାଧ ବିଷୟରେ ଆସନ୍ତୁ ଅଧିକ ଜାଣିବା...

rape, research, hyderabad
ଡିଜାଇନ ଫଟୋ

By

Published : Dec 8, 2019, 5:30 PM IST

ହାଇଦ୍ରାବାଦ: ‘ଦୁଷ୍କର୍ମ’ ବର୍ତ୍ତମାନ ଦେଶର ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ନବଜାତ ଶିଶୁ ଠୁ ଆରମ୍ଭ କରି 70 ବର୍ଷର ବୃଦ୍ଧା କେହି ବି ସୁରକ୍ଷିତ ନାହାଁନ୍ତି । ନିଜ ଘରେ ନଚେତ ବାହାରେ ପାଶବିକ ଅତ୍ୟାଚାରର ଶିକାର ହେଉଛନ୍ତି ନାରୀ । ମଣିଷ ମୁଖା ପିନ୍ଧିଥିବା ଏହି ରାକ୍ଷସ ନିଜର କାମନା ପୂରଣ ପାଇଁ ନାରୀକୁ ବଳି ପକାଇବାକୁ ବି ଭୁଲେ ନାହିଁ । ଏହାର ଜ୍ବଳନ୍ତ ଉଦାହରଣ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା ଏବଂ ଉନ୍ନାଓ ଗଣଦୁଷ୍କର୍ମ ଘଟଣା ।

ଗବେଷଣାରୁ ଜଣାପଡେ, ଦୁଷ୍କର୍ମ ଓ ନାରୀ ନିର୍ଯାତନା ଦେଉଥିବା ବ୍ୟକ୍ତିର ମାନସିକ ସ୍ଥିତି ସ୍ଥିର ନଥାଏ । ଜଣେ ମାନସିକ ସ୍ତରରେ ସୁସ୍ଥ ବ୍ୟକ୍ତି କୌଣସି ସମୟରେ ଏଭଳି ଅପରାଧ କରିବା ଉଦ୍ଦେଶ୍ୟରେ ଚିନ୍ତା କରିବ ନାହିଁ । ଦୁଷ୍କର୍ମକାରୀ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ କ୍ରୁର ହୋଇଥାନ୍ତି ।

ଏହି ଘଟଣା ପଦାକୁ ଆସିବା ପରେ ଅଧିକାଂଶ ସମୟରେ ଦେଖାଯାଏ ଯେ, ସମାଜ ଜଣେ ପୀଡିତାଙ୍କୁ ଅଧିକ ଦୋଷ ଦେଇଥାଏ । ନାରୀର ଭୂଲକୁ ବିଚାର କରିଥାଏ । କେବେ ଦୁଷ୍କର୍ମକାରୀକୁ ପ୍ରଥମେ ଦୋଷାରୋପ କରିନଥାଏ । କିନ୍ତୁ ଏଥିରେ ମହିଳାଙ୍କ କୌଣସି ଦୋଷ ନାହିଁ ବୋଲି କହିଛନ୍ତି ଫେମିନିଷ୍ଟ ଶୁସନ ବ୍ରାଉନ ମାଇଲର । କାରଣ ଜଣେ ଦୁଷ୍କର୍ମକାରୀ ନାରୀକୁ ଧମକଚମକ ଦେଇ ଏହି ପାପ କରିଥାଏ। ସେହି ସମୟରେ ଏକାକୀ ଜଣେ ମହିଳା ବିରୋଧ କରିବା ଛଡା ଅନ୍ୟ କିଛି କରିବା ସ୍ଥିତିରେ ନଥାଏ ।

ଜର୍ଜ ଟାଉନ ବିଶ୍ବବିଦ୍ୟାଳୟର ଫରେନସିକ ମନସ୍ତତ୍ବବିତ ରବର୍ଟ ସାଇମନଙ୍କ ଅନୁସାରେ, ସେମାନେ ଦୁଷ୍କର୍ମ ସମୟରେ ନିଜର ଭାବପ୍ରବଣତାକୁ ପ୍ରକାଶ କରିନଥାନ୍ତି । ଆମେ କହିପାରିବା ନାହିଁ ଯେ ସେମାନେ ଆକ୍ରମଣ କରିବା ସମୟରେ ମାନସିକ ସ୍ତରରେ ସ୍ଥିର ନଥିଲେ । ସାଧାରଣ ଲୋକଙ୍କ ଭଳି ସେମାନଙ୍କ ନିଜ ଦୟାଭାବ ନଥାଏ । ତେଣୁ ସେମାନେ ପଶୁ ଭଳି ବ୍ୟବହାର କରିଥାନ୍ତି ।

ଦୁଷ୍କର୍ମକାରୀ ସାଧାରଣତଃ ତିନି ଚରିତ୍ରର ହୋଇଥାନ୍ତି । ପ୍ରଥମତଃ ଶାରୀରିକ ଆକର୍ଷଣ, ଉତ୍ସୁକତା ଏବଂ ଭାବପ୍ରବଣତା, ଏହାସହ ନିଜକୁ ସବୁଠୁ ଶ୍ରେଷ୍ଠ ଭାବି ଏହି ଅପରାଧ ଘଟାଇଥାନ୍ତି ଅପରାଧୀମାନେ । ଏହି ଅପରାଧୀମାନେ ବିଶେଷ କରି ବେସାହାରା ମହିଳା, ଝିଅମାନଙ୍କୁ ଟାର୍ଗେଟ କରିଥାନ୍ତି । କୁନିକୁନି ପିଲାମାନଙ୍କୁ ଖେଳଣା ଏବଂ ଚକୋଲେଟ ଦେଇ ଏହି ନରରାକ୍ଷାସ ମାନେ ଏମାନଙ୍କ କାମନାକୁ ପୂର୍ଣ୍ଣ କରିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି ।

ଗବେଷଣ ଅନୁସାରେ, ପ୍ରାୟ 60ରୁ 70 ପ୍ରତିଶତ ଦୁଷ୍କର୍ମ କେବଳ କାମନା ପାଇଁ ହୋଇନଥାଏ । ଦୁଷ୍କର୍ମକାରୀ ଜଣେ ଏକାକୀ ଅସହାୟ ମହିଳା ଉପରେ ନିଜର ପୁରୁଷତ୍ବ ଜାହିର କରିବା, ନିଜକୁ ସବୁଠୁ ଶ୍ରେଷ୍ଠ ଭାବିବା ଯୋଗୁଁ ଏଭଳି ଅପରାଧକୁ ଟାଣି ହୋଇଆସିଥାଏ । କୁନିପିଲା ମାନଙ୍କୁ ଅପହରଣ କରିବାରେ ମଧ୍ୟ ଏମାନେ ଆଗ୍ରହୀ ଥାନ୍ତି । କେବଳ ଏତିକି ନୁହେଁ ଏହି ମଣିଷରୂପୀ ପଶୁମାନେ ନିଜ ପତ୍ନୀଙ୍କୁ ମଧ୍ୟ ଦୁଷ୍କର୍ମ କରିବା ପାଇଁ ପଛାଇନଥାନ୍ତି । ଅନେକ ସମୟରେ ଗଣଦୁଷ୍କର୍ମ ଘଟଣା ଦେଖିବାକୁ ମିଳେ । ଜଣଙ୍କ ଠାରୁ ପ୍ରେରଣା ପାଇବା ପରେ ଅନ୍ୟ ବ୍ୟକ୍ତିମାନେ ଏଥିରେ ସଂପୃକ୍ତ ହୋଇଥାନ୍ତି ।

କ୍ଲିନିକାଲ ମନସ୍ତତ୍ତ୍ବବିତ ଡାକ୍ତର ରଜତ ମିତ୍ରାଙ୍କ କହିବା ଅନୁସାରେ, ଜଣେ ଦୁଷ୍କର୍ମକାରୀକୁ ଜେଲରେ ଭେଟିବା ପରେ ଜାଣିଲି ଯେ, ଏହି ଅପରାଧ ପରେ ସେ କେବେ ପଶ୍ଚାତାପ କରନ୍ତି ନାହିଁ କିମ୍ବା ଏହାକୁ ଏକ ଅପରାଧ ବୋଲି ଗ୍ରହଣ କରନ୍ତି । ଏଭଳି ଅପରାଧ 90 ପ୍ରତିଶତ ପରିଚିତ ଲୋକଙ୍କ ଦ୍ବାରା ଘଟିଥାଏ । 25 ପ୍ରତିଶତ ମହିଳା ଓ ଶିଶୁକନ୍ୟା ଦୁଷ୍କର୍ମ ବିଷୟରେ କାହାକୁ ଜଣାଇ ନଥାନ୍ତି । ଦୁଷ୍କର୍ମ ଯୋଜନାବଦ୍ଧ ଭାବେ କରାଯାଇଥାଏ । ଏମାନଙ୍କୁ ମାନସିକ ଭାବେ ଚିକିତ୍ସାର ଆବଶ୍ୟକତା ରହିଛି । ପୀଡିତାଙ୍କ ଉପରେ ନିଜର ପୁରୁଷତ୍ବ ଜାହିର, ଅତ୍ୟଧିକ କ୍ରୋଧ ପରାୟଣ ହେବା, ଅସଦାଚରଣ, ମାନସିକ ଭାବେ ନିର୍ଯାତନା ଦେଇ ଏମାନେ ଖୁସି ପାଇଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି ।

ମନସ୍ତତ୍ତ୍ବବିତ ଡାକ୍ତର ଗୌରୀ ଦେବୀଙ୍କ ଅନୁସାରେ, 10ରୁ 16 ବୟସର ପିଲାମାନଙ୍କୁ ସ୍ମାର୍ଟ ଫୋନ, ଅଧିକ ରାତି ପର୍ଯ୍ୟନ୍ତ ଚାଟିଂ, ଭିଡିଓ କଲ, କୁସଙ୍ଗ, ଧୂମପାନ, ମଦ, ପର୍ଣ୍ଣ ଭିଡିଓ, ଅପରାଧ ଓ ଗଣ୍ଡଗୋଳ ଠାରୁ ଦୂରେଇ ରଖନ୍ତୁ । ଏହି ବୟସର ପିଲାମାନଙ୍କୁ ବିଶେଷ ଭାବେ ପାଠପଢାରେ ଅଧିକ ନିୟୋଜିତ କରିବା ପାଇଁ ଚେଷ୍ଟା କରନ୍ତୁ । ଏହାସହ ଖାଇବା ଓ ଠିକ ସମୟରେ ଶୋଇବା ଉପରେ ଅଭିଭାବନ ସଠିକ ଭାବେ ନଜର ରଖିବା ଉଚିତ । ବିଶେଷ କରି ଝିଅମାନେ ଏକାକୀ ଘରୁ ବାହାରକୁ ଯିବାକୁ ଅନୁମତି ନଦିଅନ୍ତୁ ବୋଲି ସମସ୍ତ ଅଭିଭାବକଙ୍କୁ ଏନେଇ ସତର୍କ ହେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details