ହନୋଇ: କୋରୋନା ମହାମାରୀ ମଧ୍ୟରେ ସାରା ବିଶ୍ବ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଆଉ ଏକ ବଡ ସଙ୍କଟ ହୋଇ ମୁଣ୍ଡ ଟେକିଛି । ଚଳିତ ବର୍ଷ କୋରୋନା ସହ ବିଭିନ୍ନ ଦେଶରେ ଭୂମିକମ୍ପ, ଲ୍ୟାଣ୍ଡ ସ୍ଲାଇଡ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବହୁ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଦୁଇ ସପ୍ତାହ ମଧ୍ୟରେ ଭିଏତନାମର କେନ୍ଦ୍ରୀୟ ଅଞ୍ଚଳରେ ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 90 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 34 ଜଣ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି ।
ଭିଏତନାମ ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା 90କୁ ବୃଦ୍ଧି - vietnams floods landslides death toll
ଦୁଇ ସପ୍ତାହ ମଧ୍ୟରେ ଭିଏତନାମର କେନ୍ଦ୍ରୀୟ ଅଞ୍ଚଳରେ ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 90 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 34 ଜଣ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
90 ଜଣ ମୃତକ ମୁଖ୍ୟତଃ କ୍ୱାଙ୍ଗ ଟ୍ରି, ଥୁଆ ଥିଏନ୍ ହୁଏ ଏବଂ କ୍ୱାଙ୍ଗ ନାମ ପ୍ରଦେଶରେ ଅଟନ୍ତି ବୋଲି କମିଟିର ସଦ୍ୟତମ ରିପୋର୍ଟ ଦର୍ଶାଇଛି । ସୋମବାର ସକାଳ 6 ଟା ସୁଦ୍ଧା ହା ଟିନ୍, କ୍ୱାଙ୍ଗ ବିନ୍, କ୍ୱାଙ୍ଗ ଟ୍ରି ଏବଂ ଥୁଆ ଥିଏନ୍ ହୁ ଅଞ୍ଚଳରେ 1,21, 280 ଲୋକଙ୍କ ସହିତ ପ୍ରାୟ 37,500 ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେସୁଦ୍ଧା 1,21,700 ଘର ଜଳମଗ୍ନ ହୋଇ ରହିଛି ବୋଲି କମିଟି କହିଛି ।
ଏହାଛଡା ଏହି ପ୍ରଳୟଙ୍କାରୀ ବନ୍ୟାରେ ଅକ୍ଟୋବର 6 ଠାରୁ ପ୍ରାୟ 5,31,800 ଗୋରୁ ଏବଂ କୁକୁଡ଼ା ଭାସି ଯାଇଛନ୍ତି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଅନେକ ଜାତୀୟ ରାଜପଥ ଏବଂ ସ୍ଥାନୀୟ ରାସ୍ତାରେ କ୍ଷୟକ୍ଷତି ଘଟାଇଛି ବୋଲି କମିଟି କହିଛି। ଭିଏତନାମ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, କେନ୍ଦ୍ରୀୟ ନାଘେ ଆନ୍ ଏବଂ ହା ଟିନ୍ ପ୍ରଦେଶର ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ସୋମବାର ଠାରୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।