ଓଡିଶା

odisha

ETV Bharat / international

ପଶ୍ଚିମ କଲୋମ୍ବିଆରେ ସଶସ୍ତ୍ର ଆକ୍ରମଣ, 9 ନାଗରିକ ମୃତ - 9 Killed In Armed Attack In Western Colombia

ପଶ୍ଚିମ କଲୋମ୍ବିଆର ନାରିନୋ ପ୍ରଦେଶରେ ହୋଇଥିବା ସଶସ୍ତ୍ର ଆକ୍ରମଣରେ ଅତି କମରେ 9 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ପ୍ରାଦେଶିକ ରାଜ୍ୟପାଳ ଜୋନ୍ ରୋଜା ରବିବାର କହିଛନ୍ତି।

ପଶ୍ଚିମ କଲମ୍ବିଆରେ ସଶସ୍ତ୍ର ଆକ୍ରମଣ, 9 ନାଗରିକ ମୃତ
ପଶ୍ଚିମ କଲମ୍ବିଆରେ ସଶସ୍ତ୍ର ଆକ୍ରମଣ, 9 ନାଗରିକ ମୃତ

By

Published : Aug 17, 2020, 9:02 AM IST

କଲୋମ୍ବିଆ: ପଶ୍ଚିମ କଲୋମ୍ବିଆର ନାରିନୋ ପ୍ରଦେଶରେ ହୋଇଥିବା ସଶସ୍ତ୍ର ଆକ୍ରମଣରେ ଅତି କମରେ 9 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ପ୍ରାଦେଶିକ ରାଜ୍ୟପାଳ ଜୋନ୍ ରୋଜା ରବିବାର କହିଛନ୍ତି।

ରୋଜା ଟ୍ୱିଟରରେ କହିଛନ୍ତି, ‘ସାମନିଗୋ ମ୍ୟୁନିସିପାଲିଟିରେ ନୂଆ ହିଂସା। ସଶସ୍ତ୍ର ଆକ୍ରମଣରେ ଅତି କମରେ 9 ଜଣ ପ୍ରାଣ ହରାଇଛନ୍ତି। ଗତ ଦୁଇ ମାସ ମଧ୍ୟରେ ସାମାନିଗୋରେ 20 ରୁ ଅଧିକ ହତ୍ୟା ରେକର୍ଡ ହୋଇଥିବା ରାଜ୍ୟପାଳ ଉଲ୍ଲେଖ କରିଛନ୍ତି।’

ସେ ଆହୁରି ମଧ୍ୟ କହିଛନ୍ତି ଯେ ନାରିଓରେ ସଶସ୍ତ୍ର ଗୋଷ୍ଠୀର ଉପସ୍ଥିତି ଆନ୍ତର୍ଜାତୀୟ ମାନବିକ ଆଇନ ଉଲ୍ଲଂଘନ କରୁଛି ଏବଂ ଏହି ପ୍ରଦେଶରେ ଶାନ୍ତି ଆଣିବା ପାଇଁ ପୋଲିସକୁ ପଦକ୍ଷେପ ନେବାକୁ କୁହାଯାଇଛି।

ABOUT THE AUTHOR

...view details