ନ୍ୟୁୟର୍କ: ନ୍ୟୁୟର୍କ ସହରରେ ଭୟାବହ ଅଗ୍ନିକାଣ୍ଡ । ରବିବାର ଦିନ ନ୍ୟୁୟର୍କ ସହରର ଏକ ଉଚ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବା ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ବହୁସଂଖ୍ୟକ ଲୋକେ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ ଶିଶୁ ରହିଥିବା ସୂଚନା ରହିଛି । ନ୍ୟୁୟର୍କ ମେୟର ଏରିକ୍ ଆଡାମସ୍ କହିଛନ୍ତି ଯେ ସମୁଦାୟ ୬୩ ଜଣ ଆହତ ହୋଇଥିବା ବେଳେ ୧୯ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ କେତେଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି ।
ନିଖୋଜ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଆମ ଇତିହାସର ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ହେବ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ସହ ସଙ୍ଗେସଙ୍ଗେ ଆହତଙ୍କୁ ପାଞ୍ଚଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଅନେକ ହୃଦ୍ରୋଗ ଏବଂ ଶ୍ବାସ ଜନିତ ସମସ୍ୟାରେ ପିଡିତ ଥିଲେ ।