ଓଡିଶା

odisha

ETV Bharat / international

ହଂକଂରେ 800 ପ୍ରଦର୍ଶନକାରୀ ଗିରଫ - 800 ପ୍ରଦର୍ଶନକାରୀ ଗିରଫ

ହଂକଂ ସରକାରଙ୍କ ପ୍ରତ୍ୟାର୍ପଣ ଆଇନ ସଂଶୋଧନ ପ୍ରସ୍ତାବକୁ ନେଇ ଜୁନ ମାସରୁ ଜାରି ପ୍ରଦର୍ଶନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ 800 ପ୍ରଦର୍ଶନକାରୀ ଗିରଫ । ହଂକଂ ସରକାରଙ୍କ ପ୍ରତ୍ୟାର୍ପଣ ଆଇନ ସଂଶୋଧନ ପ୍ରସ୍ତାବକୁ ନେଇ ଜୁନ ମାସରୁ ଏଠାରେ ଜାରି ରହିଛି ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 28, 2019, 2:48 PM IST

ହଂକଂ: ହଂକଂରେ ଜାରି ପ୍ରଦର୍ଶନ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ 800 ଲୋକଙ୍କୁ ଗିରଫ କରାଯାଇସାରିଛି । ମଙ୍ଗଳବାର 19ରୁ 40 ବର୍ଷ ମଧ୍ୟରେ 13 ଜଣ ଲୋକଙ୍କୁ ଅବୈଧ ଗତିବିଧି ପାଇଁ ଗିରଫ କରାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ହଂକଂରେ ପ୍ରଦର୍ଶନ ସମୟରେ ସାଧାରଣ ନାଗରିକଙ୍କଠୁ ନେଇ ପୋଲିସ ଅଧିକାରୀ ଓ ସାମ୍ବାଦିକମାନେ ମଧ୍ୟ ଆହତ ହୋଇଥିବା ପୋଲିସ ଜନ ସମ୍ପର୍କ ଶାଖାର ମୁଖ୍ୟ ସ୍ତେ ଚୁନ ଚୁଙ୍ଗ ସୂଚନା ଦେଇଛନ୍ତି । କୌଣସି ବି ହିଂସକ ବ୍ୟବହାର ନ୍ୟାୟସଙ୍ଗତ କୁହାଯାଇ ପାରିବ ନାହିଁ ବୋଲି ଚୁନ ଚୁଙ୍ଗ କହିଛନ୍ତି ।

ହଂକଂ ସରକାରଙ୍କ ପ୍ରତ୍ୟାର୍ପଣ ଆଇନ ସଂଶୋଧନ ପ୍ରସ୍ତାବକୁ ନେଇ ଜୁନ ମାସରୁ ଏଠାରେ ପ୍ରଦର୍ଶନ ଜାରି ରହିଛି । ସରକାର ଏହି ସଂଶୋଧନ ପ୍ରସ୍ତାବକୁ ଫେରାଇ ନେବାକୁ ପ୍ରଦର୍ଶନକାରୀ ଦାବି କରୁଛନ୍ତି ।

ABOUT THE AUTHOR

...view details