କାଠମାଣ୍ଡୁ: ନେପାଳରେ ଅଘଟଣ । ଏକ ରିସର୍ଟରୁ 8 ଜଣ କେରଳୀ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏନେଇ ତଦନ୍ତ କରୁଛି ପୋଲିସ ।
ନେପାଳରେ 8 କେରଳୀ ପର୍ଯ୍ୟଟକ ମୃତ - ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର
ନେପାଳରେ ଏକ ରିସର୍ଟରୁ 8 ଜଣ କେରଳୀ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏନେଇ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

ନେପାଳରେ 8 କେରଳୀ ପର୍ଯ୍ୟଟକ ମୃତ
ସୂଚନା ଅନୁସାରେ, ନେପାଳର ଦାମନର ଏକ ରିସର୍ଟରେ ଏହି ଘଟଣା ଘଟିଛି । ସମସ୍ତ ମୃତକ କେରଳ ନିବାସୀ ବୋଲି ଜଣାପଡିଛି । ନେପାଳକୁ ଭ୍ରମଣରେ ଯାଇଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି ।
ପୋଲିସ ସୂଚନାନୁସାରେ ମୃତକ ରହୁଥିବା ରୁମରେ ଗ୍ୟାସ ହିଟର ବ୍ୟବହାର କରୁଥିଲେ । ଫଳରେ ଅଣନିଃଶ୍ବାସୀ ହୋଇ ଯାଇଥିବା କାରଣରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ମୃତକଙ୍କ ପରିଚୟ ମିଳିପାରିନାହିଁ ।