ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂ କମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ରିକ୍ଟର ସ୍କେଲରେ ତୀବ୍ରତା 7.4 ରେକର୍ଡ କରାଯାଇଛି। ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ସୂଚନା ଦେଇ କହିଛି। ତେବେ କିର୍ମାଡେକ୍ ଦ୍ୱୀପପୁଞ୍ଜର ଦକ୍ଷିଣରେ ପ୍ରାୟ 33 କିଲୋମିଟର ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।
ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ମଧ୍ୟ ଚେତାବନୀ ଦେଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ତଥା ଅସାଧାରଣ ସ୍ରୋତ ଓ ଉପକୂଳରେ ବିପଦ ଆଶଙ୍କା ରହିଛି।