ଓଡିଶା

odisha

ETV Bharat / international

ବାଂଲାଦେଶରେ ଅଣାୟତ୍ତ କୋଭିଡ, 7 ଦିନ ଲକଡାଉନ

ବାଂଲାଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଦେଶରେ 7 ଦିନ ଲକଡାଉନ ଜାରି କରାଯାଇଛି । ଅଧିକ ପଢନ୍ତୁ...

ବାଙ୍ଗଲାଦେଶରେ ଅଣାୟତ୍ତ କୋଭିଡ ସ୍ଥିତି: 7 ଦିନ ଜାରି ହେଲା ଲକଡାଉନ
ବାଙ୍ଗଲାଦେଶରେ ଅଣାୟତ୍ତ କୋଭିଡ ସ୍ଥିତି: 7 ଦିନ ଜାରି ହେଲା ଲକଡାଉନ

By

Published : Apr 3, 2021, 2:18 PM IST

ଢାକା: ବାଂଲାଦେଶରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନାର ନୂଆ ଲହରୀ କବଳରେ ରହିଛି ଦେଶ । ତେବେ ଦେଶରେ ସଂକ୍ରମଣରେ ରୋକ ଲଗାଇବା ପାଇଁ ବାଂଲାଦେଶ ସରକାର ଏପ୍ରିଲ 5 ରୁ ଦେଶରେ 7 ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ।

ଏହି ଲକଡାଇନ ଜାରି ହେବା ପରେ ଦେଶରେ ସମସ୍ତ କାର୍ଯ୍ୟାଳୟ ଓ କୋର୍ଟକୁ ବନ୍ଦ ରଖାଯିବ । କିନ୍ତୁ ଶିଳ୍ପାନୁଷ୍ଠାନ ଓ କଳ କାରଖାନାରେ କାର୍ଯ୍ୟ ଜାରି ରହିବ ବୋଲି ରାଷ୍ଟ୍ର ମନ୍ତ୍ରୀ ଫରାଦ ହୁସେନ ସୂଚନା ଦେଇଛନ୍ତି । ଦେଶରେ ଶିଳ୍ପାନୁଷ୍ଠାନକୁ ବନ୍ଦ କରିଦେଲେ ଏହାର କର୍ମଚାରୀମାନେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଏହି ପରିସ୍ଥିତିକୁ ଏଡାଇବା ପାଇଁ ଶିଳ୍ପାନୁଷ୍ଠାନକୁ ଖୋଲା ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ବାଙ୍ଗଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ 6 ହଜାର 830 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରତିଦିନ ଦେଶରେ 23. 28 ପ୍ରତିଶତ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 24 ହଜାର 594ରେ ପହଞ୍ଚିଛି । ଗତ 24 ଘଣ୍ଟାରେ 50 ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 9 ହଜାର 155ରେ ପହଞ୍ଚିଛି ।

@ANI

ABOUT THE AUTHOR

...view details