ୟୋକୋହମା: କୋରୋନା ନିୟନ୍ତ୍ରଣରୁ ବାହାରେ ହେବାରେ ଲାଗିଛି । ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ ରିପୋର୍ଟ । ଏପରିସ୍ଥଳେ ସମୁଦ୍ର ମଧ୍ୟରେ ଏକ ବିଶାଳ କ୍ରୁଜ ଜାହାଜକୁ କୋରୋନା କବଳିତ କରିଥିବା ଖବର ସାମ୍ନାକୁ ଆସିଛି । ଜାପାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘ଡାଏମଣ୍ଡ ପ୍ରିନ୍ସସେସ’ ଜାହଜରେ 3711 ଯାତ୍ରୀଙ୍କ ମଧ୍ୟରୁ 60 ନୂଆ ମାମଲା ସାମ୍ନାକୁ ଆସିଛି । ପୂର୍ବରୁ 70ଟି ମାମଲା ସାମ୍ନାକୁ ଆସିଥିଲା ।
ଜାପାନର ୟୋକୋହାମା ଉପକୂଳରେ ଲାଗିଥିବା ବେଳେ ଏଥିରେ 3711 ଯାତ୍ରୀ ଥିବା ଜଣାପଡ଼ିଛି । ଏହି କ୍ରୁଜ୍ରେ 162 କର୍ମଚାରୀ ଭାରତୀୟ ରହିଛନ୍ତି । 90 ପ୍ରତିଶତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ରହିଛି ।
ଜାପାନ ସ୍ବାସ୍ଥ୍ୟ ବିଭାଗ ଖୁବଶୀଘ୍ର ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ କରିବା କଥା କହିଛି । ଜାପାନ ସ୍ବାସ୍ଥ୍ୟ ମନ୍ତ୍ରୀ କାଟସୁନୋବୁ କୋଟୋ ସୋମବାର ସମସ୍ତ ଯାତ୍ରୀଙ୍କ ଲ୍ୟାବ ଟେଷ୍ଟ ପରେ ଜାହଜରୁ ବାହାର କରାଯିବ ବୋଲି ସୂଚନା ଦେଇଛନ୍ତି ।