ଓଡିଶା

odisha

ETV Bharat / international

ବାଂଲାଦେଶରେ 12 କୋଟିର 617 ମେଟ୍ରିକ ଟନ୍ ମାଛ ମୃତ

ବାଲାଂଦେଶରେ ମାଛ ମଡକ ଦେଖିବାକୁ ମିଳିଛି । ପାଖାପାଖି 617 ମେଟ୍ରିକ ଟନ୍‌ର ମାଛ ମରିଯାଇଛନ୍ତି । ଅଧିକ ପଢନ୍ତୁ...

ବାଲାଂଦେଶରେ ମାଛ ମଡକ, ମରିଗଲେ 617 ମେଟ୍ରିକ ଟନ୍‌ ମାଛ
ବାଲାଂଦେଶରେ ମାଛ ମଡକ, ମରିଗଲେ 617 ମେଟ୍ରିକ ଟନ୍‌ ମାଛ

By

Published : Sep 4, 2020, 8:55 AM IST

ଢାକା: ବାଂଲାଦେଶରେ ମାଛ ମଡକ । ପାଖାପାଖି 617 ମେଟ୍ରିକ ଟନ୍‌ର ମାଛ ମୃତ । ଯାହାର ଆନୁମାନିକ ମୁଲ୍ୟ 12 କୋଟି ବାଂଲାଦେଶୀ ଟାକା (ଟଙ୍କା) । ଅକ୍ସିଜେନ ଅଭାବରୁ ଏତେ ସଂଖ୍ୟକ ମାଛ ମରିଯାଇଥିବା ବାଂଲାଦେଶ ରାଜଶାହି ଜିଲ୍ଲାର ମତ୍ସ୍ୟ ଅଧିକାରୀ କହିଛନ୍ତି ।

ଗୁରୁବାର ପାଗରେ ପରିବର୍ତ୍ତନ ଆସିବା ଫଳରେ ଜିଲ୍ଲାରେ ପାଖାପାଖି 617 ମେଟ୍ରିକ ଟନ ମାଛ ମରିଯାଇଥିବା ଜିଲ୍ଲାର ମତ୍ସ୍ୟ ଅଧିକାରୀ ଅଲକ କୁମାର କହିଛନ୍ତି । ତେବେ ଆକାଶରେ କଳାମେଘ ଢାଙ୍କିଦେବା ତଥା ପବନ କମିଯିବାରୁ ପୋଖରୀ ଓ କେନାଲ ଗୁଡିକରେ ଥିବା ମାଛଙ୍କ ପାଇଁ ଅକ୍ସିଜେନର ମାତ୍ରା କମିଯାଇଥିଲା । ଫଳରେ ଏପରି ମାଛ ମଡକ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି ।

ତେବେ ମାଛ ମଡକ ପରେ ପାଖାପାଖି 11.73 କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସେ କହୁଥିବାବେଳେ ସ୍ଥାନୀୟ ମାଛ ବ୍ୟବସାୟୀ କିନ୍ତୁ ଏହାଠାରୁ ଢେର ଅଧିକ କ୍ଷତି ହୋଇଥିବା କହିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ତିନିରୁ ସାତ କେଜି ମାଛକୁ ମାତ୍ର 50ରୁ 90 ଟଙ୍କା ଭିତରେ ବିକ୍ରି କରାଯାଉଛି । ତେବେ କିଛି କିଛି ସ୍ଥାନରେ ମାଛ କିଲୋ ପିଛା 90 ଟଙ୍କା ରହିଥିଲେ ବି କ୍ଷତି ହେଉଥିବା ବ୍ୟବସାୟୀ ମାନେ କହିଛନ୍ତି ।

@IANS

ABOUT THE AUTHOR

...view details