ଓଡିଶା

odisha

ETV Bharat / international

ବିଳାସମୟ କୋଠାରେ ତିଆରି ହେଉଛନ୍ତି ଆତଙ୍କବାଦୀ - terrorist

ପାକ୍‌ ସେନା ଏବଂ ଆଇଏସଆଇର ଛତ୍ରଛାୟାରେ ଚାଲିଛି ଜେଇଏମ ମୁଖ୍ୟାଳୟ । ଏହି ବିଳାସମୟ କୋଠାରୁ ଆତଙ୍କୀ ତିଆରି ହୋଇ ସାରା ବିଶ୍ବରେ ନିଜର ଧ୍ବଂସ ଲୀଳା ରଚୁଛନ୍ତି।

ଡିଜାଇନ ଫଟୋ

By

Published : Mar 4, 2019, 1:32 PM IST

ଇସଲାମାବାଦ: ଆତଙ୍କୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଓ ଏହାର ମୁଖିଆ ମାସୁଦ ଅଜହର ହେଉଛି ଭାରତର ଏକ ନମ୍ବର ଶତ୍ରୁ । ସଂସଦ ଉପରେ ଆକ୍ରମଣ ଠାରୁ ପୁଲୱାମା ଆକ୍ରମଣ ପର୍ଯ୍ୟନ୍ତ ସବୁଥିରେ ଜୈସ-ଇ-ମହମ୍ମଦର ଆତଙ୍କୀ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ଯୋଗୁଁ ଅନେକ ନିରୀହ ଜନତା ମରିଥିବାବେଳେ ଏବଂ ଶହ ଶହ ଯବାନ ଶହୀଦ ହୋଇଛନ୍ତି । ଏହି ସମସ୍ତ ଆକ୍ରମଣ ପାଇଁ ଆତଙ୍କବାଦୀ କିପରି ଭାବେ ପ୍ରସ୍ତୁତ ହେଉଛନ୍ତି ତାହା ଜାଣିଲେ ହୁଏତ ଆପଣ ନିଜ କ୍ରୋଧକୁ ଅଟକାଇପାରିବେ ନାହିଁ ।

ପାକିସ୍ତାନର ବାହାୱଲପୁରରେ ରହିଛ ଜେଇଏମ ମୁଖ୍ୟାଳୟ । ଏହାର ନାମ ମରକାଜ ଶୁଭାନଲ୍ଲାହ ରହିଥିବାବେଳେ ଏଥିରେ ଏବେ ପ୍ରାୟ 600 ଆତଙ୍କବାଦୀ ରହିଛନ୍ତି । ଏହି ମୁଖ୍ୟାଳୟରେ ଦୈନିକ ଆତଙ୍କୀ ହେବା ପାଇଁ ଶହ ଶହ ଯୁବକଙ୍କୁ ତାଲିମ ଦିଆଯାଏ । ଏମାନଙ୍କୁ ଜିହାଦୀ ଶିକ୍ଷା ଦିଆଯିବା ସହିତ ଆତଙ୍କବାଦୀ ବନିବାର ସମସ୍ତ କୌଶଳ ଶିଖାଯାଏ । ଏହି କୋଠା ବିଷୟରେ ଜାଣିଲା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହା ବୋଧହୁଏ ବିଶ୍ବରେ ଆତଙ୍କବାଦୀଙ୍କ ସବୁଠାରୁ ବିଳାସମୟ କୋଠା । ଏହି କୋଠା ନିର୍ମାଣ ପାଇଁ ମାସୁଦକୁ ୩ ବର୍ଷ ସମୟ ଲାଗିଥିଲା । ଏହି ବିଶାଳ ପ୍ରାସାଦର ନିର୍ମାଣ କାର୍ଯ୍ୟ 2012ରେ ଆରମ୍ଭ ହୋଇଥିଲା ଏବଂ ୨୦୧୫ରେ ସରିଥିଲା । ସେ ସମୟରେ ନୱାଜ ସରିଫଙ୍କ ସରକାର ଶାସନରେ ଥିଲେ ଏବଂ ଏହି କୋଠା ପାଇଁ ଅନେକ ସହାୟତା ଯୋଗାଇଥିଲେ । ପାକିସ୍ତାନର ଉଭୟ ପ୍ରାଦେଶିକ ଏବଂ ସଂଘୀୟ ସରକାର ସହାୟତାରେ ଏହା ନିର୍ମାଣ ହୋଇଛି । କେବଳ ପାକିସ୍ତାନ ନୁହେଁ ମାସୁଦ ମଧ୍ୟ ଏହି ମୁଖ୍ୟାଳୟର ନିର୍ମାଣ ପାଇଁ ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ବ୍ରିଟେନରୁ ପାଣ୍ଠି ସଂଗ୍ରହ କରିଛି । ଯୁବପୀଢିଙ୍କୁ ଆତଙ୍କବାଦୀ ବନାଇବାର ସମସ୍ତ ସମସ୍ତ ଯୋଜନା ଏହି ମୁଖ୍ୟାଳୟରେ ହୋଇଥାଏ ।

ଏହି କୋଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁ‌ଯୋଗ ରହିଛି । ଏହା କୌଣସି ପଞ୍ଚତାରକା ହୋ‌ଟେଲ ଠାରୁ କମ ନୁହେଁ । ଏଠାରେ ସ୍ବିମିଂ ପୁଲ, ଅତ୍ୟାଧୁନିକ ଜିମ୍ନାସିୟମ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତାଲିମ କେନ୍ଦ୍ର ଏବଂ ବୈଷୟିକ ଜ୍ଞାନକୌଶଳର ସବୁ ସୁବିଧା ରହିଛି । ମାସୁଦ ଏବଂ ତାହାର ଭାଇ ଓ ଅନ୍ୟ ସମ୍ପର୍କୀୟଙ୍କ ବାସଭବନ ମଧ୍ୟ ଏହି ଜୈସ ମୁଖ୍ୟାଳୟ ପରିସରରେ ରହିଛି । ଏହି ଆତଙ୍କୀ ସଙ୍ଗଠନର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କର ସବୁ ଗୁରୁତ୍ବପୂର୍ଣ୍ଣ ବୈଠକ ଏଠାରେ ହୋଇଥାଏ । ଏହି ମୁଖ୍ୟାଳୟ ପାକ୍‌ ସେନା ଏବଂ ଆଇଏସଆଇର ଛତ୍ରଛାୟାରେ ଚାଲିଛି ବୋଲି ଖବର ରହିଛି । ଏହି ବିଳାସମୟ କୋଠାରୁ ଆତଙ୍କୀ ତିଆରି ହୋଇ ସାରା ବିଶ୍ବରେ ନିଜର ଧ୍ବଂସ ଲୀଳା ରଚୁଛନ୍ତି ।

ABOUT THE AUTHOR

...view details