ଓଡିଶା

odisha

By

Published : Feb 23, 2020, 8:05 AM IST

ETV Bharat / international

କୋରୋନା ପଞ୍ଝାରେ ଦକ୍ଷିଣ କୋରିଆ, 556 ଆକ୍ରାନ୍ତ

ଚୀନ ପରେ ଏବେ କୋରୋନା ଟାର୍ଗେଟରେ ଦକ୍ଷିଣ କୋରିଆ । ପାଖାପାଖି 556 ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ।

556 Coronavirus cases
କୋରୋନା ପଞ୍ଝାରେ ଦକ୍ଷିଣ କୋରିଆ, 556 ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନ ପରେ କୋରୋନା ପଞ୍ଝାରେ ଦକ୍ଷିଣ କୋରିଆ । କୋରୋନା ଭାଇରସରେ ଆକ୍ରାନ୍ତ ହେଲେଣି 556 ଜଣ । ସେହିପରି 4 ଜଣ ଏଥିରେ ପ୍ରାଣ ହରାଇଥିବା ସୂଚନା । ପୂର୍ବରୁ 433 ଜଣ କୋରାନା ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ ଶନିବାର ଆଉ 123 ଜଣ ରକ୍ତ ନମୂନା ପଜେଟିଭ୍‌ ଆସିଥିବା ଖବର ମିଳିଛି ।

ଫଳରେ ଦେଶରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ଚୀନର ଉହାନ ସହରରେ ପ୍ରଥମେ ଦେଖାଯାଇଥିବା ଏହି ଭାଇରାସ, ଏବେ ପ୍ରାୟ ସାରା ବିଶ୍ବକୁ କବଳିତ କରିବାରେ ଲାଗିଛି ।

ଚୀନରେ ଏହା ମୃତ୍ୟୁର ନାଗଫାଶ ବସାଇ ପାଖାପାଖି 2300 ଲୋକଙ୍କ ଜୀବନ ନେଲାଣି । ସେହିପରି 76,000 ଜଣ ଆକ୍ରାନ୍ତ ଥିବା କୁହାଯାଉଛି ।

ସୌଜନ୍ୟ:@ANI

ABOUT THE AUTHOR

...view details