ଓଡିଶା

odisha

ETV Bharat / international

ପୂର୍ବ ପାପୁଆ ନ୍ୟୁ ଗିନିରେ ଭୂକମ୍ପ ଝଟକା - ପୂର୍ବ ପାପୁଆ ନ୍ୟୁ ଗିନିରେ ଭୂକମ୍ପ

ଭୂକମ୍ପ ଝଟକାରେ ଥରିଲା ପୂର୍ବ ପାପୁଆ ନ୍ୟୁ ଗିନି । ପୂର୍ବ ପାପୁଆ ନ୍ୟୁ ଗିନିରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

ପୂର୍ବ ପାପୁଆ ନ୍ୟୁ ଗିନିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୫.୯ ତୀବ୍ରତା
ପୂର୍ବ ପାପୁଆ ନ୍ୟୁ ଗିନିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୫.୯ ତୀବ୍ରତା

By

Published : Jan 9, 2022, 2:54 PM IST

ପୂର୍ବ ପାପୁଆ ନ୍ୟୁ ଗିନି: ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ ଦ୍ବୀପପୁଞ୍ଜର ପୂର୍ବ ପାପୁଆ ନ୍ୟୁ ଗିନି । ଆଜି(ରବିବାର) ସକୋଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୯ ଆକଳନ ହୋଇଛି । କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ । ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର ପକ୍ଷରୁ ସୂଚନା ମିଳିଛି ।

ଯୁକ୍ତରାଷ୍ଟ୍ର ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର(USGS) ଅନୁଯାୟୀ, ନ୍ୟୁ ବ୍ରିଟେନ ଦ୍ବୀପର ଦକ୍ଷିଣ ଉପକୂଳଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ସୋଲେମାନ ସାଗରରେ ୧୯ କିଲୋମିଟର (୧୨ ମାଇଲ) ଗଭୀରରେ ଏହି ଭୂକମ୍ପ ଘଟିଛି । ଜୁଲାଇ ୨୦୨୦ରେ,୬.୯ ତିବ୍ରତାର ଏକ ଭୂକମ୍ପ ରାଜଧାନୀ ପୋର୍ଟ ମୋରେସବିରେ ଆତଙ୍କ ସୃଷ୍ଟି କରିଥିଲା, କିନ୍ତୁ ଏଥିରେ ବ୍ୟାପକ କ୍ଷୟକ୍ଷତିର ଖବର ଆସି ନଥିଲା । ଫେବୃଆରୀ ୨୦୧୮ରେ ଦେଶର ଦୁର୍ଗମ ଉଚ୍ଚଭୂମି ଅଞ୍ଚଳରେ ୭.୫ ତୀବ୍ରତାର ଏକ ଭୂକମ୍ପରେ ଭୂସ୍ଖଳନ ଘଟି ଘର ପୋତି ହୋଇ ୧୨୫ ଜଣଙ୍କର ମୃତ୍ୟୁ ଘଟିଥିଲା ।

ABOUT THE AUTHOR

...view details