ଓଡିଶା

odisha

ETV Bharat / international

ପାକିସ୍ତାନରେ ତବଲିଗୀ ଜମାତର 429 ସଦସ୍ୟ କୋରୋନା ସଂକ୍ରମିତ - covid-19

ପାକିସ୍ତାନର ସିନ୍ଧ୍ ଅଞ୍ଚଳରେ ତଗଲିଗୀ ଜମାତ ସଂଗଠନର 429 ସଦସ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସିନ୍ଧର ମୁଖ୍ୟମନ୍ତ୍ରୀ ସୈୟଦ ମୁରାଦ ଅଲୀ ଶାହ ଏହି ସୂଚନା ଦେଇଛନ୍ତି ।

pakistan
ପାକିସ୍ତାନରେ ତବଲିଗୀ ଜମାତ

By

Published : Apr 18, 2020, 11:35 AM IST

କରାଚୀ: ପାକିସ୍ତାନର ସିନ୍ଧ୍ ଅଞ୍ଚଳରେ ତଗଲିଗୀ ଜମାତ ସଂଗଠନର 429 ସଦସ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସିନ୍ଧର ମୁଖ୍ୟମନ୍ତ୍ରୀ ସୈୟଦ ମୁରାଦ ଅଲୀ ଶାହ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପଞ୍ଜାବର ରାଇବିନ୍ଦରେ ତବଲିଗୀ ଜମାତର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା 429 ଜଣ ସଦସ୍ୟ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ଭାଇରସର ବିସ୍ତାରକୁ ରୋକିବା ପାଇଁ ସମସ୍ତ ସଂକ୍ରମିତ ଲୋକଙ୍କୁ ପୃଥକ ବାସସ୍ଥାନକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି।

ଏଥିସହ ପାକିସ୍ତାନରେ ମୋଟ ସଂକ୍ରମଣର ସଂଖ୍ୟା 7,260କୁ ବୃଦ୍ଧି ପାଇ ଶୁକ୍ରବାର 137 ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି।

ABOUT THE AUTHOR

...view details