ହଂକଂ: ବେଶ କିଛି ଦିନର ମରଣାନ୍ତକ ପ୍ରଭାବ ପରେ ଏବେ ଧିରେ ଧିରେ ସୁଧୁରିବାରେ ଲାଗିଛି ପରିସ୍ଥିତି । ବର୍ତ୍ତମାନ ହଂକଂରେ ଜନସାଧାରଣ ଅଞ୍ଚଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ଶନିବାର ପ୍ରକାଶ ପାଇବା ପରେ କିଛି ଦିଗରେ କଟକଣା କୋହଳ କରିବା ପାଇଁ ସରକାରୀସ୍ତରରେ ଆଲୋଚନା ହୋଇଥିଲା । ଯେଉଁ ଆଲୋଚନା ଆଧାରରେ ରେସ୍ତୋରାଁରେ ଗୋଟିଏ ଟେବୁଲରେ 4ଜଣ ବସିବା ନିୟମରେ ପରିବର୍ତ୍ତନ କରାଯାଇଛି ।
ରେସ୍ତୋରାଁରେ ସର୍ବନିମ୍ନ 4 ନିୟମ କୋହଳ, ଏବେ ଏକାଠି ବସିପାରିବେ 8 - ହଂକଂରେ ଲକଡାଉନ ନିୟମ କୋହଳ
ବେଶ କିଛି ଦିନର ମରଣାନ୍ତକ ପ୍ରଭାବ ପରେ ଏବେ ଧିରେ ଧିରେ ସୁଧୁରିବାରେ ଲାଗିଛି ପରିସ୍ଥିତି । ବର୍ତ୍ତମାନ ହଂକଂରେ ଜନସାଧାରଣ ଅଞ୍ଚଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ଶନିବାର ପ୍ରକାଶ ପାଇବା ପରେ କିଛି ଦିଗରେ କଟକଣା କୋହଳ କରିବା ପାଇଁ ସରକାରୀସ୍ତରରେ ଆଲୋଚନା ହୋଇଥିଲା ।
ରବିବାର ହୋଇଥିବା ଆଲୋଚନାରେ ସ୍ପଷ୍ଟ କରାଯାଇଛି କି ବର୍ତ୍ତମାନ ଆଞ୍ଚଳିକସ୍ତରରେ ସଂକ୍ରମଣର ପରିମାଣ ହ୍ରାସ ପାଇଥିବାରୁ ଧିରେ ଧିରେ ବ୍ୟବସାୟ ପୁଣି ଖୋଲିପାରିବ । ସେହିପରି ରେସ୍ତୋରାଁରେ ଗୋଟିଏ ଟେବୁଲରେ 4 ଜଣଙ୍କ ବଦଳରେ ଏବେ 8 ଜଣ ବସିପାରିବେ । ଆସନ୍ତା ମେ 7ତାରିଖରେ ହଂକଂରେ ଲକଡାଉନ ନିୟମ କୋହଳ ହେବା ନେଇ ନିର୍ଦ୍ଧାରିତ ହୋଇଥିବା ବେଳେ ଏହାପରେ ବି ସାମାଜିକ ଦୂରତା ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି ।
କେବଳ ରେସ୍ତୋରାଁ ନୁହେଁ କାରାଓକେ ଲାଉଞ୍ଜ ଓ ବାର ଆଦିରେ ମଧ୍ୟ ଏହି ନିୟମ କୋହଳ ହେବା ନେଇ ଘୋଷଣା କରାଯାଇଛି । ଗତ ମାର୍ଚ୍ଚ 28ରୁ ହଂକଂରେ ଲକଡାଉନ ଜାରି ରହିଥିବା ବେଳେ ଶନିବାର ଏଠାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଏଥିପାଇଁ ସ୍ଥିତିରେ ସୁଧାର ଲକ୍ଷ୍ୟ କରାଯାଇ କିଛି ନିୟମ କୋହଳ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ସେପଟେ ବର୍ତ୍ତମାନ ହଂକଂରେ ମୋଟ ଆକ୍ରାନ୍ତ ସଂଖ୍ୟା 1039ରେ ସ୍ଥିର ରହିଛି ।