କାବୁଲ: ଆତ୍ମସମର୍ପଣ କଲେ 34 ଆତଙ୍କୀ। ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀର 34 ଜଣ ଆତଙ୍କବାଦୀ ଦେଶର ଉତ୍ତର-ପୂର୍ବ କୁନାର ପ୍ରଦେଶରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ସ୍ଥାନୀୟ ଅଧିକାରୀ ରବିବାର କହିଛନ୍ତି।
ଆଫଗାନ୍ ସୁରକ୍ଷା ବାହିନୀ ନିକଟରେ 34 ଆତଙ୍କୀଙ୍କ ଆତ୍ମସମର୍ପଣ - ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ
ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀର 34 ଜଣ ଆତଙ୍କବାଦୀ ଦେଶର ଉତ୍ତର-ପୂର୍ବ କୁନାର ପ୍ରଦେଶରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ସ୍ଥାନୀୟ ଅଧିକାରୀ ରବିବାର କହିଛନ୍ତି।

ଆଫଗାନ୍ ସୁରକ୍ଷା ବାହିନୀ ନିକଟରେ 34 ଆତଙ୍କୀଙ୍କ ଆତ୍ମସମର୍ପଣ
ଅଧିକାରୀମାନେ କହିଛନ୍ତି ଯେ, 34 ଜଣ ଆଇଏସଆଇଏସ ସଦସ୍ୟ ଏବଂ ଅନ୍ୟ 6 ଜଣ ବିଦ୍ରୋହୀ କୁନାର ପ୍ରଦେଶର ଆଫଗାନିସ୍ତାନ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। କୁନାର ରାଜ୍ୟପାଳ ମହମ୍ମଦ ଇକବାଲ ସଇଦଙ୍କ କହିବା ଅନୁଯାୟୀ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ରଖି ନିଜର ଅତୀତର କାର୍ଯ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ 4 ଜଣ ପ୍ରମୁଖ କମାଣ୍ଡର ଥିଲେ। ଯେଉଁମାନେ କୁନାରର ଚାପା ଦାରା, ୱାତାପୁର ଏବଂ ମନୋ ଗାଇ ଜିଲ୍ଲାରେ ସରକାର ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିଲେ।