କାବୁଲ: ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଆତଙ୍କୀ ହମଲା । ଏକ କାର୍ଯ୍ୟକ୍ରମରେ ଆତତାୟୀଙ୍କ ଗୁଳିମାଡରେ 32 ମୃତ, 61 ଗୁରୁତର । ଆକ୍ରମଣରେ 2 ପୋଲିସକର୍ମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ, ଆକ୍ରମଣ ପଛରେ ଇସଲାମିକ ଷ୍ଟେସ ନିଜକୁ ଏକ ୱେବସାଇଟ ଜରିଆରେ ଦାୟୀ କରିଛି ।
ଅନ୍ୟପଟେ, ଆମେରିକା ଓ ତାଲିବାନ ମଧ୍ୟରେ ବୁଝାମଣା ହେବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଛି । ଆମେରିକା ସେନା ଫେରି ଯାଇଥିବାବେଳେ, ତାଲିବାନ ହାମଲାରେ ସମ୍ପୃକ୍ତି ନଥିବା ସ୍ପଷ୍ଟ କରିଛି।
ଆଫଗାନିସ୍ତାନର ଇସଲାମିକ ଷ୍ଟେଟ ସହ ସମ୍ପର୍କିତ ଏକ ସଙ୍ଗଠନ ଦେଶର ସଂଖ୍ୟାଲଘୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମରେ ଅଧିକାଂଶ ସିହା ସାମ୍ପ୍ରଦାୟ ସାମିଲ ଥିଲେ ।