ଓଡିଶା

odisha

ETV Bharat / international

ଆଫଗାନୀଙ୍କ ଦୁଃଖ ପାଣି ବୋତଲର ଦାମ ୩୦୦୦, ଥାଳିଏ ଭାତକୁ ୭୫୦୦ - ଗୋଟିଏ ପ୍ଲେଟ ଭାତର ମୂଲ୍ୟ ୭୫୦୦

ଆଫଗାନିସ୍ତାନକୁ ତାଲିବାନ କାବୁ କରିବା ପରଠାରୁ ଚାରିଆଡେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଦେଶ ସେମାନଙ୍କୁ ଆଶ୍ରୟ ଦେବ ବୋଲି ଆଶାରେ ସମସ୍ତେ କାବୁଲ ବିମାନ ବନ୍ଦରରେ ଅପେକ୍ଷା କରି ରହିଛନ୍ତି। ତେବେ ଏଭଳି ପରିସ୍ଥିତିରେ ବି ଫାଇଦା ଉଠାଉଛନ୍ତି ତାଲିବାନୀ । ସେଠାରେ ସାମାନ୍ୟ ଗୋଟିଏ ପାଣି ବୋତଲର ଦାମ ୩୦୦୦ ଟଙ୍କା ହୋଇଥିବା ବେଳେ ଗୋଟିଏ ପ୍ଲେଟ ଭାତ ୭୫୦୦ ଟଙ୍କାରେ ବିକ୍ରି ହେଉଛି । ଅଧିକ ପଢନ୍ତୁ

ଆଫଗାନୀଙ୍କ ଦୁଃଖ: ପାଣି ବୋତଲ ଦାମ ୩୦୦୦ ବେଳେ ଗୋଟିଏ ପ୍ଲେଟ ଭାତର ମୂଲ୍ୟ ୭୫୦୦
ଆଫଗାନୀଙ୍କ ଦୁଃଖ: ପାଣି ବୋତଲ ଦାମ ୩୦୦୦ ବେଳେ ଗୋଟିଏ ପ୍ଲେଟ ଭାତର ମୂଲ୍ୟ ୭୫୦୦

By

Published : Aug 26, 2021, 11:33 AM IST

Updated : Sep 30, 2022, 10:23 AM IST

କାବୁଲ: ଆଫଗାନିସ୍ତାନକୁ ତାଲିବାନ କାବୁ କରିବା ପରଠାରୁ ଚାରିଆଡେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଦେଶ ସେମାନଙ୍କୁ ଆଶ୍ରୟ ଦେବ ବୋଲି ଆଶାରେ ସମସ୍ତେ କାବୁଲ ବିମାନ ବନ୍ଦରରେ ଅପେକ୍ଷା କରି ରହିଛନ୍ତି। ତାଲିବାନୀଙ୍କଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟଦେଶରେ ଶରଣ ନେବାକୁ ଆଗଭର ହେଉଛନ୍ତି । ଆମେରିକା ସମେତ ଅନେକ ଦେଶ ମଧ୍ୟ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେଠାରେ ହଜାର ହଜାର ଲୋକ ଅଛନ୍ତି ଯେଉଁମାନେ ଆଫଗାନିସ୍ତାନରୁ ବାହାରକୁ ଯିବାକୁ ଚାହୁଁଛନ୍ତି। ଏହି କାରଣରୁ ହଜାର ହଜାର ସଂଖ୍ୟାରେ ଲୋକେ କାବୁଲ ବିମାନବନ୍ଦରରେ ଏକାଠି ହେଉଛନ୍ତି।

ତେବେ ଏଭଳି ପରିସ୍ଥିତିରେ ବି ଫାଇଦା ଉଠାଉଛନ୍ତି ତାଲିବାନୀ । ବିମାନ ବନ୍ଦରରେ ଏବେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ । ଆଉ ଏସବୁର ଦାମ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେଠାରେ ସାମାନ୍ୟ ଗୋଟିଏ ପାଣି ବୋତଲର ଦାମ ୩୦୦୦ ଟଙ୍କା ହୋଇଥିବା ବେଳେ ଗୋଟିଏ ପ୍ଲେଟ ଭାତ ୭୫୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ କାବୁଲ ବିମାନବନ୍ଦରରେ ଥିବା ଲୋକଙ୍କ ପାଇଁ ଏହା ଦୁର୍ଦ୍ଦଶା ପାଲଟିଯାଇଛି ।

ଗୋଟିଏ ପଟେ ତାଲିବାନର ଅତ୍ୟାଚାର, ତ ଆଉ ଗୋଟେ ପଟେ ମହଙ୍ଗାମାଡ଼, ଲୋକଙ୍କୁ ସମସ୍ୟାକୁ ଆହୁରି ଦ୍ବିଗୁଣିତ କରିଦେଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜିନିଷଗୁଡ଼ିକ କେବଳ ଡଲାରରେ ବିକ୍ରି ହେଉଛି । ଆଫଗାନିସ୍ତାନ ମୁଦ୍ରାରେ ବି ନୁହେଁ । ଯଦି କେହି ପାଣି ବୋତଲ କିମ୍ବା ଖାଦ୍ୟ କିଣିବାକୁ ଚାହାଁନ୍ତି, ତେବେ ତାଙ୍କୁ ଆଫଗାନିସ୍ତାନ ମୁଦ୍ରାରେ ନୁହେଁ ଆମେରିକୀୟ ଡଲାରରେ ଦେବାକୁ ପଡିବ । ଏପଟେ ଲୋକମାନେ ଆଫଗାନିସ୍ତାନ ଛାଡିବାକୁ ଏତେ ବ୍ୟାକୁଳ ଯେ, ସେମାନେ ବର୍ଜ୍ୟବସ୍ତୁ ଏବଂ ନର୍ଦ୍ଦମା ପାଣି ପ୍ରତି ମଧ୍ୟ ଧ୍ୟାନ ଦେଉ ନାହାଁନ୍ତି ଏବଂ ସେଠାରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବସିଛନ୍ତି ।

Last Updated : Sep 30, 2022, 10:23 AM IST

ABOUT THE AUTHOR

...view details