ଇସଲାମାବାଦ:ପାକିସ୍ତାନର ବାଲୁଚିସ୍ତାନ କ୍ୱେଟାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଏ ଆତ୍ମଘାତୀ ଆକ୍ରମଣ ମସ୍ତୁଙ୍ଗ ରୋଡରେ ସୋହାନା ଖାନ ଏଫସି ଚେକ୍ ପୋଷ୍ଟକୁ ଟାର୍ଗେଟ କରି କରାଯାଇଛି ବୋଲି କହିଛି କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) । ଘଟଣାସ୍ଥଳରେ କାଉଣ୍ଟର ଆତଙ୍କବାଦ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।
କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ; 3 ମୃତ, ୨୦ ଆହତ
ପାକିସ୍ତାନର ବାଲୁଚିସ୍ତାନ କ୍ୱେଟାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
କ୍ୱେଟାରେ ଆତ୍ମଘାତି ବିସ୍ଫୋରଣ;3 ମୃତ,୨୦ ଆହତ
ସେପଟେ, ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳର ଅଧିକାରୀମାନେ ପହଞ୍ଚି କାର୍ଯ୍ୟରେ ଲାଗିଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଶିଖ ଜେଦ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣକାରୀମାନେ ଏକ ମୋଟର ସାଇକେଲରେ ଆସି ଲ ଏନଫୋର୍ସମେଣ୍ଟର ଗାଡିକୁ ଧକ୍କା ଦେଇଥିଲେ ଫଳରେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ବୋମା ନିସ୍କ୍ରିୟକାରୀ ଦଳ ପହଞ୍ଚିଛି । ଏହି ବିସ୍ଫୋରଣରେ ୫ରୁ ୬ କେଜି ବିସ୍ଫୋରକ ସାମଗ୍ରୀ ଥିବା କହିଛନ୍ତି ବୋମା ନିସ୍କ୍ରିୟକାରୀ ଦଳର ଅଧିକାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ