ଓଡିଶା

odisha

ETV Bharat / international

ସାଉଦି ଆଞ୍ଚଳିକ ଜଳରାଶିକୁ ଇରାନ ଜାହାଜର ପ୍ରବେଶ ଉଦ୍ୟମ ଫେଲ୍ - ଇରାନୀୟ ଜାହାଜ

ସାଉଦି ଆରବ ଆଞ୍ଚଳିକ ଜଳରାଶି ମଧ୍ୟକୁ ପ୍ରବେଶ ଉଦ୍ୟମ କରୁଥିବା ଇରାନ ଜାହାଜକୁ ଅଟକାଇଲେ ସୀମା ସୁରକ୍ଷା କର୍ମୀ। ପାରସ୍ୟ ଉପସାଗରରେ ଏହି 3 ଟି ଇରାନୀୟ ଜାହାଜକୁ ଅଟକାଇ ଦିଆଯାଇଛି।

ସାଉଦି ଆଞ୍ଚଳିକ ଜଳରାଶିକୁ ପ୍ରବେଶ ଉଦ୍ୟମ ଫେଲ୍, ଅଟକିଲା ଇରାନ ଜାହାଜ
ସାଉଦି ଆଞ୍ଚଳିକ ଜଳରାଶିକୁ ପ୍ରବେଶ ଉଦ୍ୟମ ଫେଲ୍, ଅଟକିଲା ଇରାନ ଜାହାଜ

By

Published : Jun 28, 2020, 8:49 AM IST

ରିୟାଦ: ସାଉଦି ଆରବ କେନ୍ଦ୍ରୀୟ ଜଳ ମଧ୍ୟକୁ ପ୍ରବେଶ ଉଦ୍ୟମ କରୁଥିବା ଇରାନ ଜାହାଜକୁ ଅଟକାଇଲେ ସୀମା ସୁରକ୍ଷା କର୍ମୀ। ପାରସ୍ୟ ଉପସାଗରରେ ଏହି 3 ଟି ଇରାନୀୟ ଜାହାଜକୁ ଅଟକାଇ ଦିଆଯାଇଛି।ଗୁରୁବାର ଏହି ଘଟଣା ଘଟିଛି ବୋଲି ସୀମା ସୁରକ୍ଷା ମୁଖପାତ୍ର କହିଛନ୍ତି ।

ତିନୋଟି ଇରାନୀୟ ଜାହାଜ ସାଉଦି ଆଞ୍ଚଳିକ ଜଳ ଭିତରକୁ ପ୍ରବେଶ କରୁଥିବା ଦେଖାଯାଇଥିଲା ଏବଂ ସୀମା ସୁରକ୍ଷା କର୍ମୀଙ୍କ ଚେତାବନୀ ପାଳନ କରିବାରେ ବିଫଳ ହୋଇଥିଲା ବେଳେ ଏମାନଙ୍କୁ ଅଟକାଇ ଦିଆଯାଇଛି।

ସୀମା ସୁରକ୍ଷା କର୍ମୀମାନେ ଚେତାବନୀ ଦେବା ସହ ଗୁଳି ଚଳାଇ ଜାହାଜଗୁଡ଼ିକୁ ପଛକୁ ଫେରିବାକୁ ବାଧ୍ୟ କରିଥିଲେ ବୋଲି ମୁଖପାତ୍ର କହିଛନ୍ତି । କାରଣ ଦେଶର ଆଞ୍ଚଳିକ ଜଳ ରାଶିରେ କୌଣସି ନିୟମ ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ।

ଘଟଣାକୁ ନେଇ ଇରାନର ରାଷ୍ଟ୍ରାୟତ୍ତ ମେହେର ମତ ରଖିଛନ୍ତି। ସେ ଜଣେ ମତ୍ସ୍ୟଜୀବୀ ଓ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏଥିରେ ସମ୍ପୃକ୍ତ ତିନିଟି ଜାହାଜ ହେଉଛି ମାଛଧରା ଜାହାଜ ଯାହା ଢେଉ ବା ତରଙ୍ଗ ଦ୍ୱାରା ଠେଲି ହୋଇଯାଇଥିଲା।ଏହାସହ ସାଉଦି ସୀମା ସୁରକ୍ଷା କର୍ମୀମାନେ ଗୁଳିରେ କେହି ଆହତ ହୋଇନାହାଁନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।

2016 ରେ ସାଉଦି ଆରବ ଏବଂ ଇରାନ କୂଟନୈତିକ ସମ୍ପର୍କ ଭାଙ୍ଗିଥିଲେ। ଏହି ନିଷ୍ପତ୍ତିକୁ ତେହେରାନରେ ବିରୋଧର ଲହରୀ ଖେଳିଯାଇଥିଲା ଯାହାଦ୍ୱାରା ସାଉଦି ଦୂତାବାସକୁ ଅତିକ୍ରମ କରି ଚଢାଉ କରାଯାଇଥିଲା।

ABOUT THE AUTHOR

...view details