ଓଡିଶା

odisha

ବାଗଦାଦ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ: 3 ଶିଶୁ ସମେତ 2 ମହିଳା ମୃତ

ଇରାକର ରାଜଧାନୀ ବାଗଦାଦ ନିକଟରେ ରକେଟ ଆକ୍ରମଣ ହୋଇଛି । ବାଗଦାଦ ବିମାନ ବନ୍ଦର ନିକଟରେ ହୋଇଥିବା ଏହି ଆକ୍ରମଣରେ ୩ ଜଣ ଶିଶୁ ଓ ୨ ଜଣ ମହିଳା ଜୀବନ ହାରିଛନ୍ତି । ଇରାକ ସେନା ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।

By

Published : Sep 29, 2020, 9:03 AM IST

Published : Sep 29, 2020, 9:03 AM IST

ବାଗଦାଦ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ: 3 ଶିଶୁ, 2 ମହିଳା ମୃତ
ବାଗଦାଦ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ: 3 ଶିଶୁ, 2 ମହିଳା ମୃତ

ବାଗଦାଦ୍: ଇରାକର ରାଜଧାନୀ ବାଗଦାଦ ନିକଟରେ ରକେଟ ଆକ୍ରମଣ ହୋଇଛି । ଏଥିରେ 3 ଶିଶୁଙ୍କ ସମେତ 2ଜଣ ମହିଳା ପ୍ରାଣ ହରାଇଛନ୍ତି। ଇରାକ ସୌନ୍ୟବାହିନୀ ପକ୍ଷରୁ କୁହାଯାଇଛି ଯେ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁଇଟି ରକେଟ ଏକ ଘରେ ମାଡ ହୋଇଥିଲା। ଯାହାଫଳରେ 5 ଜଣଙ୍କ ମୃତ୍ୟୁ ହୋଇଛି।

ଇରାକର ମିଳିତ ଅପରେସନ୍ କମାଣ୍ଡର ଗଣମାଧ୍ୟମ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ , ଅପରାହ୍ନରେ ଇରାକ ରାଜଧାନୀର ଦକ୍ଷିଣ-ପଶ୍ଚିମ ଆଲବୁ-ଆମୀର ଅଞ୍ଚଳରେ ଆଉ ଏକ ଘରକୁ ରକେଟ ଧକ୍କା ଦେବା ସହ ଅନ୍ୟ ଦୁଇଜଣ ଶିଶୁ ଆହତ ହୋଇଛନ୍ତି।

ଏହି ବିବୃତ୍ତିରେ କୁହାଯାଇଛି ଯେ ନିକଟସ୍ଥ ଅଲ-ଜିହାଦ ପଡ଼ିଆରୁ "ଅପରାଧିକ ଗ୍ୟାଙ୍ଗ ଏବଂ ନିଷିଦ୍ଧ ଗୋଷ୍ଠୀ" ଦ୍ୱାରା ଏହି ରକେଟଗୁଡିକ ଉପରକୁ ଗୁଳି ଚଳାଯାଇଥିଲା। ଯାହା ଫଳରେ ଏହା ଘର ଉପରେ ମାଡ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଡିମି ମଧ୍ୟ ଇରାକ ସୌନ୍ୟବାହିନୀର ସେନାଧ୍ୟକ୍ଷ ଅଲ-ଜିହାଦ ପଡ଼ିଆର ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଗିରଫ କରିବା ସହ ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଦାୟୀ କରିନାହାଁନ୍ତି। କିନ୍ତୁ ବାଗଦାଦ ବିମାନ ବନ୍ଦର ଏବଂ ଇରାକରେ ଆମେରିକାର ସୈନ୍ୟବାହିନୀ ଏବଂ ଗ୍ରୀନ୍ ଜୋନରେ ଥିବା ଆମେରିକୀୟ ଦୂତାବାସକୁ ବାରମ୍ବାର ମୋର୍ଟାର ଏବଂ ରକେଟ୍ ଆକ୍ରମଣ ଦ୍ୱାରା ଟାର୍ଗେଟ କରାଯାଇଛି।

ଏହି ଘଟଣା ପରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ବ୍ୟକ୍ତିଗତ ଭାବେ ଇରାକକୁ ଚେତାବନୀ ଦେଇଛନ୍ତି। ଯଦି ଇରାକ ସରକାର ଏଭଳି ଆକ୍ରମଣ ବନ୍ଦ କରିବାକୁ ପଦକ୍ଷେପ ନନିଅନ୍ତି ତେବେ ଆମେରିକା ବାଗଦାଦରେ ଥିବା ଦୂତାବାସ ବନ୍ଦ କରିବ।

ABOUT THE AUTHOR

...view details