ଓଡିଶା

odisha

ETV Bharat / international

ତାଲିବାନ ଆକ୍ରମଣରେ ଏଯାଏଁ ଶହୀଦ ହୋଇଛନ୍ତି 291 ଆଫଗାନ ସୈନିକ

ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁଯାୟୀ ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ଦୀ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ହେଲେ ଏଭିତରେ ଅନେକ ଥର ଆଫଗାନ ଉପରେ ତାଲିବାନର ଆତଙ୍କୀ ଆକ୍ରମଣର ଘଟଣା ଦେଖିବାକୁ ମିଳିଛି । ଏମତିରେ ଗତ ସପ୍ତାହେ ମଧ୍ୟରେ ଆଫଗାନ ଉପରେ ତାଲିବାନ କରିଥିବା ଆକ୍ରମଣରେ 291 ଜଣ ଜବାନ ଶହୀଦ ହୋଇଛନ୍ତି ।

By

Published : Jun 22, 2020, 7:05 PM IST

talibani attack on afghanistan, afghan-taliban relation, taliban-us agreement, afghanistan-taliban prisoners swap, ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ, ଆଫଗାନିସ୍ତାନ-ତାଲିବାନ ସମ୍ପର୍କ, ତାଲିବାନ-ଆମେରିକା ଚୁକ୍ତି, ଆଫଗାନିସ୍ତାନ-ତାଲିବାନ ବନ୍ଦୀ ହସ୍ତାନ୍ତର
ତାଲିବାନ ଆକ୍ରମଣରେ ଏଯାଏଁ ଶହୀଦ ହୋଇଛନ୍ତି 291 ଆଫଗାନ ସୈନିକ

କାବୁଲ: ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁଯାୟୀ ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ଦୀ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ହେଲେ ଏଭିତରେ ଅନେକ ଥର ଆଫଗାନ ଉପରେ ତାଲିବାନର ଆତଙ୍କୀ ଆକ୍ରମଣର ଘଟଣା ଦେଖିବାକୁ ମିଳିଛି । ଏମତିରେ ଗତ ସପ୍ତାହେ ମଧ୍ୟରେ ଆଫଗାନ ଉପରେ ତାଲିବାନ କରିଥିବା ଆକ୍ରମଣରେ 291 ଜଣ ଜବାନ ଶହୀଦ ହୋଇଛନ୍ତି । ଏଥିସହ 550 ଜବାନ ଏହି ଆକ୍ରମଣରେ ଆହତ ହୋଇଥିବା ଜଣା ପଡିଛି ।

ଆଫଗାନିସ୍ତାନରେ ଗୋଟିଏ ସପ୍ତାହରେ ରେକର୍ଡ ହୋଇଥିବା ଏହା ସର୍ବାଧିକ ସଂଖ୍ୟା ବୋଲି ଆଫଗାନ ସରକାର ସୂଚନା ଦେଇଛନ୍ତି । ସେପଟେ 2001 ମସିହାରେ ଦେଶ ଉପରେ ଆମେରିକା କରିଥିବା ଆକ୍ରମଣରେ ଶେଷ ଥର ଏତେ ସଂଖ୍ୟକ ଜବାନ ଶହୀଦ ହୋଇଥିବା ମଧ୍ୟ ସରକାର କହିଛନ୍ତି । ଏସମ୍ପର୍କରେ ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜାଭିଦ ଫୈଜଲ ସୂଚନା ଦେଇ କହିଛନ୍ତି କି ଗତ ସପ୍ତାହେ ମଧ୍ୟରେ ଆଫଗାନିସ୍ତାନର 34ରୁ 32ଟି ପ୍ରାନ୍ତରେ ତାଲିବାନ 422ଥର ଆକ୍ରମଣ କରିସାରିଛି । ଏଥିରେ 291 ଜଣ ଏଏନଡିଏସଏଫ ଓ ଅନ୍ୟ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ 550ଜଣ ଜବାନ ଆହତ ହୋଇଛନ୍ତି ।

ଏହି କାରଣରୁ 19 ବର୍ଷରେ ଗତ ସପ୍ତାହ ଆଫଗାନସ୍ତାନ ପାଇଁ ଅତି ଭଯଙ୍କର ସାବ୍ୟସ୍ତ ହୋଇଥିଲା । କେବଳ ଯବାନ ନୁହେଁ ଏହି ଆକ୍ରମଣର 42 ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ 100 ଜଣ ଆହତ ହୋଇଛନ୍ତି । ଇଣ୍ଟ୍ରା-ଆଫଗାନ ଆଲୋଚନା ଆରମ୍ଭ ହେବାକୁ ଥିବା ବେଳେ ତାଲିବାନର ଏପରି ଆଚରଣ ଆଫଗାନିସ୍ତାନକୁ ଆଚମ୍ଭିତ କରିଛି । ତେବେ ଏହି ଆଲୋଚନା ଦ୍ବାରା ଦେଶରେ 19 ବର୍ଷ ହେବ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିରେ ବିରାମ ଲାଗିବ ବୋଲି ସରକାର ଆଶା ରଖିଛନ୍ତି ।

ସେପଟେ ଫେବୃଆରୀ 29ରେ ତାଲିବାନ ଓ ଆମେରିକା ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁଯାୟୀ ଆଫଗାନିସ୍ତାନରେ ବନ୍ଦୀ ଥିବା ଟ୍ରୁପକୁ 2021 ମଧ୍ୟଭାଗ ସୁଦ୍ଧା ମୁକ୍ତ କରିବା ପାଇଁ ଆମେରିକା ପ୍ରତିଶୃତି ଦେଇଛି । ହେଲେ ଜନୈକ ବନ୍ଦୀଙ୍କ ହସ୍ତାନ୍ତରରେ ଅରାଜି ହେବା ସହ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ଏହି ଚୁକ୍ତି ମୁତାବକ 1000 ସୁରକ୍ଷାକର୍ମୀଙ୍କ ସମେତ 5000 ତାଲିବାନ ବନ୍ଦୀଙ୍କୁ ମୁକ୍ତ କରିବାର ଯୋଜନା ରହିଛି ।

@IANS

ABOUT THE AUTHOR

...view details