ଓଡିଶା

odisha

ETV Bharat / international

କାବୁଲରେ ଆତତାୟୀର ଆଖିବୁଜା ଗୁଳିମାଡ, 23 ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଅଜ୍ଞାତ ବନ୍ଧୁକଧାରୀର ଅତର୍କିତ ଆକ୍ରମଣରେ ଅନୁନ୍ୟ 23 ଜଣଙ୍କ ମୃତ୍ୟୁ ଘଟିଛି । ଏକ ସାଧାରଣ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଅଧିକ ପଢନ୍ତୁ...

By

Published : Mar 6, 2020, 5:46 PM IST

attack-at-kabul
କାବୁଲ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଅଜଣା ବନ୍ଧୁକଧାରୀର ଅତର୍କିତ ଆକ୍ରମଣରେ ଅନୁନ୍ୟ 23 ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ 33 ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଶୁକ୍ରବାର କାବୁଲରେ ଏକ ସାଧାରଣ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା ।

ଶୁକ୍ରବାର ହିଜବ-ଇ ୱାହଦତ ଦଳର ନେତା ଅବଦୁଲ ଅଲି ମଜାରୀଙ୍କ 25 ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଫଗାନିସ୍ତାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବଦୁଲ୍ଲା ଅବଦୁଲ୍ଲା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅବଦୁଲ୍ଲାଙ୍କ ବ୍ୟତୀତ ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ, ଦ୍ବିତୀୟ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକରୀ ମହମ୍ମଦ ମୋହାକ୍ ଏବଂ ଅନ୍ୟାନ୍ୟ ରାଜନେତା ମଧ୍ୟ ଏହି କାର୍ଯ୍ୟକ୍ରମେ ଉପସ୍ଥିତ ଥିଲେ ।

ଆକ୍ରମଣଟି ସ୍ଥାନୀୟ ସମୟ ଅନୁଯାୟୀ ଶୁକ୍ରବାର ସକାଳ 11.20 ମିନିଟ ରେ ଘଟିଥିଲା । ଜଣେ ନେତା କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ କିଛି ବନ୍ଧୁକଧାରୀ ସେଠାରେ ପହଞ୍ଚି ଅତର୍କିତ ଗୁଳିଚାଳନା କରିଥିଲେ । ତେବେ ଅବଦୁଲ୍ଲା ଏବଂ କରଜାଇ ସୁରକ୍ଷିତ ଥିବା ଜଣାପଡିଛି । ସେପଟେ ତାଲିବାନ ଏହି ଆକ୍ରମଣରେ କୌଣସି ପ୍ରକାର ସମ୍ପୃକ୍ତିକୁ ଅସ୍ବୀକାର କରିଛି ।

@ANI

ABOUT THE AUTHOR

...view details