ଓଡିଶା

odisha

ETV Bharat / international

ଆଫଗାନିସ୍ତାନ ସେନାକୁ ସଫଳତା, 21 ତାଲିବାନ ଆତଙ୍କବାଦୀ ନିହତ - ତାଲିବାନ ଆତଙ୍କବା

ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ଆଫଗାନିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ହୋଇଥିବା ସଂଘର୍ଷରେ 21 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆଫଗାନିସ୍ତାନ: ସଂଘର୍ଷରେ  21 ତାଲିବାନ ଆତଙ୍କବାଦୀ ନିହତ
ଆଫଗାନିସ୍ତାନ: ସଂଘର୍ଷରେ 21 ତାଲିବାନ ଆତଙ୍କବାଦୀ ନିହତ

By

Published : Aug 16, 2020, 3:17 PM IST

କାବୁଲ: ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ଆଫଗାନିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ଅତି କମରେ 21 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିରେ ଅନ୍ୟ 7 ଜଣ ଆହତ ହୋଇଥିବା ସେନା ଅଧିକାରୀ ରବିବାର ସୂଚନା ଦେଇଛନ୍ତି।

ଆଫଗାନିସ୍ତାନ ନେଶନାଲ ଆର୍ମି ସ୍ପେଶାଲ ଅପରେସନ୍ କର୍ପସ ଏକ ବିବୃତ୍ତିରେ କହିଛି, ବାଦଗିସ୍‌ ପ୍ରଦେଶର କାଦିସ୍ ଜିଲ୍ଲାର କରାଚାଗି ଗ୍ରାମରେ ଗ୍ରାଉଣ୍ଡ ମିଲିଟାରୀ ଫୋର୍ସକୁ ସହାୟତା ଯୋଗାଇବା ପାଇଁ ହୋଇଥିବା ଏୟାର ଷ୍ଟ୍ରାଇକରେ 12 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି ।

ସେହିପରି ପୂର୍ବ ଗଜନୀ ପ୍ରଦେଶ ଅଣ୍ଡର ଜିଲ୍ଲାର ଚାହର ଦେବାର ଅଞ୍ଚଳରେ ସୁରକ୍ଷା ବାହିନୀ ତାଲିବାନ ଶିବିର ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 9 ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ 6 ଜଣ ଆହତ ହୋଇଥିଲେ।

ଏହି ତାଲିବାନ ଆତଙ୍କବାଦୀମାନେ ଉକ୍ତ ଅଞ୍ଚଳରେ ସୁରକ୍ଷା ଯାଞ୍ଚ ପଏଣ୍ଟ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଏହାର ସୂଚନା ପାଇବା ପରେ ସୁରକ୍ଷାକର୍ମୀ ତାଲିବାନ ଉପରେ ଏହି ଆକ୍ରମଣ କରିଥିଲେ । ଆଫଗାନିସ୍ତାନ ସୁରକ୍ଷା ବାହିନୀ ଚଳିତ ବର୍ଷ ଆରମ୍ଭରୁ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ମୂଳତ୍ପଟନ ପାଇଁ ଅଭିଯାନ ଜାରି ରଖିଛି ।

ABOUT THE AUTHOR

...view details