ଓଡିଶା

odisha

ETV Bharat / international

2019 ଇଷ୍ଟରରେ ଆତ୍ମଘାତୀ ବିସ୍ଫୋରଣ: ଦୋଷୀକୁ କ୍ଷମା କଲା ଶ୍ରୀଲଙ୍କା - ଇଷ୍ଟରରେ ଆତଙ୍କୀ ଆକ୍ରମଣ

ରୋମାନ କ୍ୟାଥଲିକ ଚର୍ଚ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରିଥିବା ବେଳେ ଏହାର ଦୋଷୀଙ୍କୁ କ୍ଷମା କରିଛି ଶ୍ରୀଲଙ୍କା । ରବିବାର ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାର ଦେଇ କାର୍ଡିନାଲ ମାଲକୋଲମ ରଞ୍ଜିଥ ଏହା ସ୍ପଷ୍ଟ କରିଛନ୍ତି ।

2019 Suicidal bombing on Easter, Suicidal bombing in srilanka, terror attack on easter, srilankan easter attack accussed got forgive, 2019 ଇଷ୍ଟରରେ ଆତ୍ମଘାତୀ ବିସ୍ଫୋରଣ, ଶ୍ରୀଲଙ୍କାରେ ଇଷ୍ଟରରେ ଆତଙ୍କୀ ଆକ୍ରମଣ, ଇଷ୍ଟରରେ ଆତଙ୍କୀ ଆକ୍ରମଣ, ଶ୍ରୀଲଙ୍କା ଆତଙ୍କୀ ଆକ୍ରମଣର ଦୋଷୀକୁ ମିଳିଲା କ୍ଷମା
2019 ଇଷ୍ଟରରେ ଆତ୍ମଘାତୀ ବିସ୍ଫୋରଣ: ଦୋଷୀକୁ କ୍ଷମା କଲା ଶ୍ରୀଲଙ୍କା

By

Published : Apr 12, 2020, 11:38 PM IST

କଲମ୍ବୋ: ଆଜିର ଦିନରେ ପୁଣି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇଥିଲେ ପ୍ରଭୁ ଜୀଶୁ ଖ୍ରୀଷ୍ଟ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମନରେ ଏହି ଦିନ ହିଁ ଆସ୍ଥାର ବସା ବାନ୍ଧିଥିଲେ ପ୍ରଭୁ । ଇଷ୍ଟର ଭାବେ ସାରା ବିଶ୍ବରେ ପାଳନ ହେଉଥିବା ଏହି ଦିନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା । ଗତ ବର୍ଷ ଠିକ ଏହି ଦିନ ଆତଙ୍କୀ ଆକ୍ରମଣରେ ଥରି ଉଠିଥିଲା ଶ୍ରୀଲଙ୍କା । ଯେଉଁଥିରେ ଚାଲିଯାଇଥିଲା 279 ଜୀବନ ।

ତେବେ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଏହି ଆତଙ୍କୀ ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରିଥିବା ବେଳେ ଏହାର ଦୋଷୀଙ୍କୁ କ୍ଷମା କରିଛି ଶ୍ରୀଲଙ୍କା । ରବିବାର ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାର ଦେଇ କାର୍ଡିନାଲ ମାଲକୋଲମ ରଞ୍ଜିଥ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ସାରା ବିଶ୍ବରେ କୋରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଶ୍ରୀଲଙ୍କା ପ୍ରେମ ଓ ଦୟାର ବାର୍ତ୍ତା ବାଣ୍ଟିବାକୁ ଚାହୁଁଛି ।

ବର୍ତ୍ତମାନ ମାନବ ଜାତିକୁ ଦୟା, କ୍ଷମା ଓ ପ୍ରେମର ଅତି ଆବଶ୍ୟକତା ରହିଛି । ତେଣୁ ସମସ୍ତ ରାଗ ଋଷାକୁ ଛାଡି ଶ୍ରୀଲଙ୍କା ସେହି ଆତ୍ମଘାତୀ ବିସ୍ଫୋରଣକାରୀକୁ କ୍ଷମା କରିଛି । ସୂଚନା ଅନୁଯାୟୀ ଗତବର୍ଷ ଏପ୍ରିଲ 21ରେ ଶ୍ରୀଲଙ୍କାରେ ଇଷ୍ଟର ଦିନ ରୋମାନ କ୍ୟାଥଲିକ ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ସମୟରେ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ । ଯେଉଁଥିରେ ନିମିଷକେ ଚାଲିଯାଇଥିଲା 279 ଜଣଙ୍କ ଜୀବନ ଓ ଆହତ ହୋଇଥିଲେ 593 ଜଣ ।

ABOUT THE AUTHOR

...view details