କାବୁଲ:ଗତ 24 ଘଣ୍ଟା ମଧ୍ୟରେ ଆଫଗାନିସ୍ତାନର 5ଟି ଅଞ୍ଚଳରେ ହିଂସାତ୍ମକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତି କମରେ 20 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ 34 ଜଣ ଆହତ ହୋଇଛନ୍ତି । ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ପୂର୍ବରୁ ଦେଶରେ ବିପର୍ଯ୍ୟସ୍ତ ସୁରକ୍ଷା ପରିସ୍ଥିତିକୁ ସୂଚିତ କରିଛି ।
ଦେଶରେ ଶନିବାର ଆଇଡି ବୋମା ବିସ୍ଫୋରଣ ଘଟିଥିଲା । ଏକ ବସରେ ଯାଉଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ଲକ୍ଷ୍ୟ କରାଯାଇ ଏହି ବୋମା ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣରେ 17 ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟର ମେଡିସିନ ଅଧ୍ୟାପକ ମେୱାଣ୍ଡ ଫରୁକ ନିର୍ଜବୀ ମଧ୍ୟ ରହିଥିଲେ । ପ୍ରତିଦିନ ହିଂସା ଆମର ଯୁବକ, ଧାର୍ମିକ ବିଦ୍ବାନ ଏବଂ ସୁରକ୍ଷାକର୍ମୀଙ୍କୁ ହରାଉଛି । ଯଦି ଏହା ଜାରି ରହେ ତେବେ ତେବେ ଦେଶରେ ଏକ ବିପଜ୍ଜନକ ସଙ୍କଟ ସୃଷ୍ଟି ହେବ ବୋଲି ନିର୍ଜବୀଙ୍କ ସମ୍ପର୍କୀୟ କହିଛନ୍ତି ।
ଶ୍ରୀଜାଦ ଜିଲ୍ଲାରେ ରବିବାର ହୋଇଥିବା ବିସ୍ଫୋରଣରେ 2 ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଦେଶର ହେଲମଣ୍ଡ, ହେରାଟ, ବାଡଘିସ ଓ ପକଟିଆ ଅଞ୍ଚଳରେ ହୋଇଥିବା ଆକ୍ରମଣରେ 12 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ହିଂସା ବୃଦ୍ଧି ଆମର ଶାନ୍ତି ପ୍ରତି ଆମର ଆଭିମୁଖ୍ୟକୁ ଚ୍ୟାଲେଞ୍ଜ କରିବ ଏବଂ ଶାନ୍ତି ପାଇଁ ରାସ୍ତାକୁ ଜଟିଳ କରିବ ବୋଲି କାପିସାର ବିଧାୟକ ମିର ହେଦର ଅଫଜାଲି କହିଛନ୍ତି ।