ଓଡିଶା

odisha

ETV Bharat / international

ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ ପାକିସ୍ତାନରେ 2 ମୃତ, 3 ଗୁରୁତର - Firing In Pakistan 2 Killed 3 serious

ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ପାକିସ୍ତାନରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି ମଙ୍ଗଳବାର ରାତିରେ ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶର ରାୱଲପିଣ୍ଡି ସହରରେ ଘଟିଛି।

ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ ପାକିସ୍ତାନରେ 2 ମୃତ, 3 ଗୁରୁତର
ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ ପାକିସ୍ତାନରେ 2 ମୃତ, 3 ଗୁରୁତର

By

Published : Sep 9, 2020, 8:42 AM IST

ଇସଲାମବାଦ: ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ପାକିସ୍ତାନରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି ମଙ୍ଗଳବାର ରାତିରେ ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶର ରାୱଲପିଣ୍ଡି ସହରରେ ଘଟିଛି। ଏଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ପୋଲିସର ପ୍ରାଥମକି ଅନୁସନ୍ଧାନ ଅନୁଯାୟୀ, ତିନି ଜଣ ଅଜ୍ଞାତ ବନ୍ଧୁକଧାରୀ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ଗୁଳି ଚଳାଇ ରାଜଧାନୀ ଇସଲାମାବାଦର ଟ୍ବିନି ସିଟି ରାୱଲପିଣ୍ଡି ଉପକଣ୍ଠରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଏହି ଘଟଣା ପରେ ପୋଲିସର ଏକ ଟିମ ଆକ୍ରମଣ ସ୍ଥଳରେ ପହଞ୍ଚିଛି। ସୂତ୍ରରୁ ପ୍ରକାଶ ଯେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଯେଉଁଠାରେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତି ଏହି ଆକ୍ରମଣ ଦାବି କରିନାହାଁନ୍ତି। ଆକ୍ରମଣକାରୀଙ୍କ ଉପରେ ନଜର ରଖିବା ପାଇଁ ପୋଲିସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଛି।

ABOUT THE AUTHOR

...view details