ଓଡିଶା

odisha

ଆଫଗାନିସ୍ତାନର କୋଇଲା ଖଣିରେ ବିସ୍ଫୋରଣ, 16 ମୃତ

ଆଫଗାନିସ୍ତାନର ନର୍ଥ ସାମଙ୍ଗାନ ପ୍ରଦେଶର ଦାରା-ଏ-ସୁଫ ବାଲା ଜିଲ୍ଲାରେ ଏକ କୋଇଲା ଖଣି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ 16 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି।

By

Published : Jun 10, 2020, 1:38 PM IST

Published : Jun 10, 2020, 1:38 PM IST

Afghanistan
Afghanistan

କାବୁଲ: ଆଫଗାନିସ୍ତାନର ନର୍ଥ ସାମଙ୍ଗାନ ପ୍ରଦେଶର ଦାରା-ଏ-ସୁଫ ବାଲା ଜିଲ୍ଲାରେ ଏକ କୋଇଲା ଖଣି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ 16 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି।

ପ୍ରାଦେଶିକ ପୋଲିସ ମୁଖ୍ୟ ସଫିହୁଲ୍ଲା ସିନ୍ଧୁଙ୍କୁ କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି ଏବଂ ଏପର୍ଯ୍ୟନ୍ତ 6 ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅବଶିଷ୍ଟ 10 ଜଣଙ୍କ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିସ୍ଫୋରଣ ସମୟରେ 30 ରୁ ଅଧିକ କର୍ମଚାରୀ ଉପସ୍ଥିତ ଥିବା ସ୍ଥାନୀୟ ଲୋକ କହିଛନ୍ତି।

ତେବେ ଡେପୁଟି ପ୍ରାଦେଶିକ ରାଜ୍ୟପାଳ ସିଫତୁଲ୍ଲା ସାମଙ୍ଗାନି କୋଇଲା ଖଣି ଭିତରେ ଘଟିଥିବା ଦୁଃଖଦ ଘଟଣା ପାଇଁ ଶ୍ରମିକମାନଙ୍କୁ ବେଆଇନ ଖନନ କାର୍ଯ୍ୟରେ ନିୟୋଜିତ ଓ ସୁରକ୍ଷା ବ୍ୟବସ୍ଥା ତଥା ଆବଶ୍ୟକୀୟ ଉପକରଣ ଅଭାବକୁ ଦାୟୀ କରିଛନ୍ତି ।

ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିବା ଏବଂ ବିଗତ ବର୍ଷଗୁଡିକରେ ବେଆଇନ ଖନନ ମଧ୍ୟ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ଯାଉଥିବା ଅଧିକାରୀ କହିଛନ୍ତି।

@IANS

ABOUT THE AUTHOR

...view details