କାବୁଲ: ଆଫଗାନିସ୍ତାନର ନାଙ୍ଗରହାର ପ୍ରଦେଶରେ ଲଗାତର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଅତିକମରେ 16 ଜଣଙ୍କର ମୃତ୍ୟୁ ଘଟିଥିବା ଶନିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଆଫଗାନିସ୍ତାନରେ ବନ୍ୟା ପରିସ୍ଥିତି, 16 ମୃତ - ବନ୍ୟା ପରିସ୍ଥିତି
ଶୁକ୍ରବାର ରାତିରେ ପ୍ରବଳ ବର୍ଷା ପରେ ପ୍ରଦେଶର କାଲାଟାକ୍ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟା ପରିସ୍ଥିତି
ଶୁକ୍ରବାର ରାତିରେ ପ୍ରବଳ ବର୍ଷା ପରେ ପ୍ରଦେଶର କାଲାଟାକ୍ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 15 ଜଣ ଶିଶୁ ରହିଥିବା ନାଙ୍ଗରହାର ରାଜ୍ୟପାଳଙ୍କ ମୁଖପାତ୍ର ଅଟଳଲ୍ଲା ଖୋଗାନି କହିଛନ୍ତି। ଘଟଣାରେ ଅନ୍ୟ 4 ଜଣ ମଧ୍ୟ ଆହତ ହୋଇଛନ୍ତି । ଏହି ବନ୍ୟା ପରିସ୍ଥିତି ଦ୍ବାରା ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଥିବା ଖୋଗାନି ସୂଚନା ଦେଇଛନ୍ତି ।