ଇସଲାମାବାଦ: ପାକିସ୍ତାନର ଆର୍ଥିକ ରାଜଧାନୀ କୁହାଯାଉଥିବା କରାଚୀରେ ଭୟାବହ ଅଗ୍ନିକାଣ୍ଡ । ରସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟି 15 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି କାରଖାନାରେ ଶୁକ୍ରବାର ନିଆଁ ଲାଗିଥିଲା । ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।
ପାକିସ୍ତାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ 15 ଶ୍ରମିକ - ପାକିସ୍ତାନ ଅଗ୍ନିକାଣ୍ଡ
ପାକିସ୍ତାନ ରସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟି 15 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି କାରଖାନାରେ ଶୁକ୍ରବାର ନିଆଁ ଲାଗିଥିଲା । ଅଧିକ ପଢନ୍ତୁ...
ଅଗ୍ନିକାଣ୍ଡ ସମୟରେ ଶ୍ରମିକମାନେ କାରଖାନାରେ କାମ କରୁଥିଲେ । ନିଆଁ ଲାଗିବା କ୍ଷଣି ଚାରିଆଡେ ଏହା ବ୍ୟାପିଯାଇଥିଲା । ଶ୍ରମିକମାନେ ଚିତ୍କାର କରିଥିଲେ ସୁଦ୍ଧା କେହି ଶୁଣିନଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର 4 ଭାଇ ସାମିଲ ଅଛନ୍ତି ।
କରାଚୀ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦମକଳ ବିଭାଗକୁ ଅଗ୍ନିକାଣ୍ଡ ନେଇ ଖବର ଦିଆଯାଇଥିଲା । ଏହାପରେ ଅଗ୍ନିଶମବାହୀନି ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅଣନିଶ୍ବାସୀ ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । 15 ମୃତଦେହ ଉଦ୍ଧାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ଅନେକ ଶ୍ରମିକ ଭିତରେ ଫସିରହିଥିଲେ ।