ଇସଲାମାବାଦ: ଫୁଟବଲ ମ୍ୟାଚରେ ବିସ୍ଫୋରଣ,14 ଆହତ। ପାକିସ୍ତାନର ବେଲୁଚିସ୍ତାନରେ ଫୁଟବଲ ମ୍ୟାଚ ଖେଳୁଥିବାବେଳେ ବିସ୍ଫୋରଣ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ଖବର ସରବରାହ ସଂସ୍ଥା ସୂଚନା ଦେଇଛି ।
ମଙ୍ଗଳବାର ପାକିସ୍ତାନର ବେଲୁଚିସ୍ତାନର ଶିଳ୍ପାଞ୍ଚଳ ତାରିକ ଇଲାହି ମସ୍ତିଇରେ ଏକ ସ୍ଥାନୀୟ ଫୁଟବଲ ମ୍ୟାଚରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣର କୌଣସି ଖେଳାଳି ଆହତ ହୋଇନଥିବାବେଳେ ମ୍ୟାଚ ଦେଖୁଥିବା ଦର୍ଶକ ଆହତ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ 14 ଜଣ ଆହତ ହୋଇଥିବା ଅଧିକାରୀ ଜଣକ କହିଛନ୍ତି ।