ଓଡିଶା

odisha

ETV Bharat / international

ହଂକଂ ଜାତୀୟ ସୁରକ୍ଷା ଆଇନ ପ୍ରଦର୍ଶନୀରେ 14 ଗିରଫ - ହଂକଂରେ ଚୀନ ବିରୋଧୀ ସ୍ଲୋଗାନ

ଚୀନ ଦ୍ବାରା ପ୍ରସ୍ତୁତ ତଥା ହଂକଂକରେ ଲାଗୁ ହେବାକୁ ଥିବା ନୂଆ ଜାତୀୟ ସୁରକ୍ଷା ଆଇନକୁ ନେଇ ସ୍ଥାନୀୟ ଏକ ମଲକେ ‘ଶପିଂ ବିକ୍ଷୋଭ’ ଜାରି ରହିଥିଲା । ଏହି ବିକ୍ଷୋଭରେ ହଂକଂର ଦରଜୀମାନେ ସାମିଲ ହୋଇଥିଲେ । ହେଲେ ଆୟୋଜିତ ଏହି ବିକ୍ଷୋଭରେ 14 ଜଣଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି ।

hong kong national security law, 14 protestors arrested in hong kong, slogan against china cited in hong kong, shopping protest in hong kong, ହଂକଂ ଜାତୀୟ ସୁରକ୍ଷା ଆଇନ, ହଂକଂରେ 14 ଆନ୍ଦୋଳନକାରୀ ଗିରଫ, ହଂକଂରେ ଚୀନ ବିରୋଧୀ ସ୍ଲୋଗାନ, ହଂକଂରେ ଶପିଂ ବିକ୍ଷୋଭ
ହଂକଂ ଜାତୀୟ ସୁରକ୍ଷା ଆଇନ ପ୍ରଦର୍ଶନୀରେ 14 ଗିରଫ

By

Published : Jun 27, 2020, 6:18 AM IST

ହଂକଂ: ଚୀନ ଦ୍ବାରା ପ୍ରସ୍ତୁତ ତଥା ହଂକଂକରେ ଲାଗୁ ହେବାକୁ ଥିବା ନୂଆ ଜାତୀୟ ସୁରକ୍ଷା ଆଇନକୁ ନେଇ ସ୍ଥାନୀୟ ଏକ ମଲକେ ‘ଶପିଂ ବିକ୍ଷୋଭ’ ଜାରି ରହିଥିଲା । ଏହି ବିକ୍ଷୋଭରେ ହଂକଂର ଦରଜୀମାନେ ସାମିଲ ହୋଇଥିଲେ । ହେଲେ ଆୟୋଜିତ ଏହି ବିକ୍ଷୋଭରେ 14 ଜଣଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି । ଏଥିରେ 9ଜଣ ପୁରୁଶ ଓ 14ରୁ 55 ବର୍ଷୀୟ 5 ଜଣ ମହିଳା ରହିଥିବା ସୂଚନା ରହିଛି । ଗୁରୁବାର ସନ୍ଧ୍ୟାରେ ଏମାନଙ୍କୁ ଗିରଫ କରାଯାଇଥିଲା ।

ଗିରଫ ପଛରେ ଅନ୍ୟାୟ ଭାବେ ଏକାଠି ହୋଇ ଆନ୍ଦୋଳନ କରିବା ମୁଖ୍ୟ କାରଣ ବୋଲି ପୋଲିସ ସୂଚନା ଦେଇଛି । ତେବେ ଆନ୍ଦୋଳନକାରୀମାନେ ନିକଟସ୍ଥ ୟୋହୋ ଶପିଂ ସେଣ୍ଟରରେ ଏକତ୍ରିତ ହୋଇ ଚୀନରେ ଏହି ନିଷ୍ପତ୍ତି ବିରୋଧରେ ନାରା ଦେବା ଆରମ୍ଭ କରିଥିଲେ । ଏହି ଆନ୍ଦୋଳନ ଏତ ତୀବ୍ର ଥିଲା କି ଏହାକୁ ଦେଖି ଶପିଂ ମଲ କିଛି ସମୟ ମଧ୍ୟରେ ଖାଲି ହୋଇଯାଇଥିଲା । ଦୋକାନୀମାନେ ନିଜ ଦୋକାନ ମଧ୍ୟ ବନ୍ଦ କରିଥିବା ଦେଖାଯାଇଥିଲା ।

ଏହାପରେ ବିଳମ୍ବତି ରାତିରେ ଦୁଇ ଜଣ ଆନ୍ଦୋଳନକାରୀ ଯେତେବେଳେ ଶପିଂ ମଲର ଖୋଲା ଜାଗାରେ ବସି ସ୍ଲୋଗାନ ଦେଇ ଦେଇ ଉପନିବେଶର ପତାକା ସିଲେଇ କରୁଥିଲେ, ସେହି ସମୟରେ ସାଧା ପୋଷାକରେ ଥିବା ପୋଲିସ ତାଙ୍କୁ କାବୁ କରିଥିଲେ । ଯାହା ନିକଟରେ ଥିବା ଆନ୍ଦୋଳନକାରୀ ଦଳକୁ ଉତ୍ତ୍ୟକ୍ତ କରିଥିଲା । ସୁରକ୍ଷା ପାଇଁ ପୋଲିସ ସେମାନଙ୍କ ଉପରେ ପେପର ସ୍ପ୍ରେ କରିଥିଲା ।

@IANS

ABOUT THE AUTHOR

...view details