ଓଡିଶା

odisha

ETV Bharat / international

ଭିଏତନାତରେ ବନ୍ୟା ବିପତ୍ତି, 130 ମୃତ 18 ନିଖୋଜ

ଭିଏତନାତରେ ଲଗାଣ ବର୍ଷାରେ ଭୟଙ୍କର ବନ୍ୟା ପରିସ୍ଥିତି ଭୂସ୍କଳନ ହୋଇଛି । ଏଥିରେ 130 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 18 ଜଣଙ୍କ ଏଯାଏଁ କୌଣସି ଖବର ମିଳି ପାରିନାହିଁ । ଅଧିକ ପଢନ୍ତୁ...

By

Published : Oct 25, 2020, 3:46 PM IST

ଭିଏତନାତରେ ବନ୍ୟା ବିପତ୍ତି,130ମୃତ 18 ନିଖୋଜ
ଭିଏତନାତରେ ବନ୍ୟା ବିପତ୍ତି,130ମୃତ 18 ନିଖୋଜ

ହନୋଇ: ଭିଏତନାତରେ ଲଗାଣ ବର୍ଷାରେ ଅଥୟ ହୋଇଛି ଜନଜୀବନ । ପ୍ରବଳ ବର୍ଷା ହେବାରୁ ବନ୍ୟା ସହ ଭୂସ୍କଳନ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟରେ 130 ଜଣଙ୍କ ପ୍ରାଣ ଯାଇଥିବା ବେଳେ 18 ଜଣ ନିଖୋଜ ଥିବା ସୂଚନା ଦେଇଛି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ।

କେନ୍ଦ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ ନିରାକରଣ ଏବଂ ନିୟନ୍ତ୍ରଣ ପରିଚାଳନା କମିଟି କହିବା ଅନୁସାରେ କ୍ବାଙ୍ଗ ଟ୍ରାଇ, ଥୁଆ ଥିନ ହୁଇ ଏବଂ କ୍ବାଙ୍ଗ ନାମ ଅଞ୍ଚଳରେ ଅଧିକାଂଶଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା 130 ଜଣଙ୍କ ପ୍ରାଣ ଯାଇଥିବା ବେଳେ 18 ଜଣଙ୍କ କିଛି ଖୋଜ ଖବର ମିଳିନାହିଁ । ବନ୍ୟା ପରିସ୍ଥିତି ପାଇଁ 1500ହେକ୍ଟର ଚାଷ ଜମି ସହ 7 ହଜାର 8ଶହ ହେକ୍ଟରରୁ ଅଧିକ ଫସଲରେ ବନ୍ୟା ପାଣି ମାଡି ଯିବାରୁ ସବୁ ନଷ୍ଟ ହୋଇଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି ।

ଭୟଙ୍କର ବନ୍ୟାରେ ପ୍ରାୟ 9,34,800 ପଶୁଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାକୃତିକ ବିପର୍ଯ୍ୟୟ ନିରାକରଣ ପକ୍ଷରୁ ବିବୃତିରେ ପ୍ରକାଶ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details