ଓଡିଶା

odisha

ETV Bharat / international

ନେପାଳ ବାଙ୍କେ ହାଇୱେରେ ଟ୍ରକକୁ ପିଟିଲା ବସ, 12 ପ୍ରବାସୀ ଶ୍ରମିକ ମୃତ

ନେପାଳ ବାଙ୍କେ ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରତରୁ ସ୍ବଦେଶ ଫେରୁଥିବା ବେଳେ ଟ୍ରକକୁ ପିଟିଲା ବସ । ଫଳରେ 12 ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 22 ଜଣ ଆହତ ହୋଇଛନ୍ତି ।

By

Published : Jun 1, 2020, 1:08 PM IST

ନେପାଲ ବାଙ୍କେ ହାଇୱେରେ ଟ୍ରକକୁ ପିଟିଲା ବସ, 12 ପ୍ରବାସୀ ଶ୍ରମିକ ମୃତ
ନେପାଲ ବାଙ୍କେ ହାଇୱେରେ ଟ୍ରକକୁ ପିଟିଲା ବସ, 12 ପ୍ରବାସୀ ଶ୍ରମିକ ମୃତ

କାଠମାଣ୍ଡୁ: ନେପାଳ ବାଙ୍କେ ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରତରୁ ନେପାଳକୁ ଫେରିବା ସମୟରେ ଟ୍ରକକୁ ପିଟିଲା ବସ । ଘଟଣାସ୍ଥଳରେ 11 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ 22 ଆହତ ହୋଇଥିବା ଜଣାପଡିଛି ।

ସୂଚନାନୁଯାୟୀ, ବସରେ ସମୁଦାୟ 30 ଜଣ ପ୍ରବାସୀ ଶ୍ରମିକ ଯାତ୍ରା କରୁଥିଲେ । ଖବର ମିଳିବା ମାତ୍ରେ ତୁରନ୍ତ ନେପାଲ ପୋଲିସ, ସଶସ୍ତ୍ର ବାହିନୀ, ଟ୍ରାଫିକ ପୋଲିସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଏହି ଘଟଣାରେ ଭେରି ହସ୍ପିଟାଲରେ କୁହାଯାଇଛି ଯେ ଆହତଙ୍କ ମଧ୍ୟରୁ 4ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶହ ଶହ ନେପାଳୀ ବିଶେଷ କରି ଅଧିକାଂଶ ଶ୍ରମିକ ନେପାଳ ସୀମାରେ ଫସି ରହିଛନ୍ତି।

ABOUT THE AUTHOR

...view details